• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ଜାତୀୟ ସହରାଞ୍ଚଳ ଜୀବିକା ମିଶନ

ଏହି ଯୋଜନା ଦ୍ୱାରା ଗରିବ ସୀମାରେଖା ତଳେ ଥିବା ବ୍ୟକ୍ତି ମାନଙ୍କୁ ବ୍ୟାଙ୍କ ଋଣ ଏବଂ ତାଲିମ ସହାୟତା ଯୋଗାଇ ଦିଆ ଯାଇଥାଏ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଯୋଜନା ଦ୍ଵାରା ୩୫ ଜଣ ବ୍ୟକ୍ତିଗତ ଋଣ ଏବଂ ୩୨ ଟି ମହିଲା ଗୋଷ୍ଠୀ କୁ ଋଣ ଯୋଗାଇ ଦିଆଯାଇଛି । ଏହା ସହିତ ୭୨ ଗୋଟି ମହିଲା ଗୋଷ୍ଠୀ କୁ ତାଲିମ ଦେବା ସହିତ ୫୪ଟି ନୂତନ ମହିଲା ଗୋଷ୍ଠୀ ଗଠନ କରା ଯାଇଅଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଏହି ଯୋଜନା ଦ୍ୱାରା ପଟ୍ଟାଜମି ଥିବା ଲୋକଙ୍କୁ ଘରତିଆରି କରିବାପାଇଁ ୨୦୦୦୦୦.୦୦ ଟଙ୍କା ର ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ଥାଏ । ୨୦୧୮-୧୯ ଆର୍ଥିକ ବର୍ଷରେ ୪୦୬ ଜଣକୁ କାର୍ଯ୍ୟାଦେଶ ଦିଆଯାଇ ଅଛି, ସେ ମଧ୍ୟରୁ ୨୧୯ ଜଣ ଗୃହ ତିଆରି କରିସାରିଛନ୍ତି।

ହରିଶ୍ଚନ୍ଦ୍ର ସହାୟତା ଯୋଜନା

ଏହି ଯୋଜନା ଦ୍ୱାରା ମୃତ ବ୍ୟକ୍ତିଙ୍କ ସର୍ମ୍ପକୀୟଙ୍କୁ କାମକ୍ରିୟା ନିମନ୍ତେ ଟ ୩୦୦୦/-ଙ୍କା ସହାୟତା ଯୋଗାଇ ଦିଆଯାଇ ଥାଏ । ୨୦୧୮-୧୯ ଆର୍ଥିକ ବର୍ଷରେ ୨୭୯ ଜଣ ମୃତ ବ୍ୟକ୍ତିଙ୍କ ସର୍ମ୍ପକୀୟଙ୍କୁ ସହାୟତା ଯୋଗାଇ ଦିଆଯାଇ ଅଛି ।

ସାମାଜୀକ ସୁରକ୍ଷା ଯୋଜନା

ଏହି ଯୋଜନାରେ ୬୦ବର୍ଷ ଏବଂ ତା ଠାରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ମାନଙ୍କୁ ୫୦୦/- ଟଙ୍କା, ୮୦ ବର୍ଷ ଏବଂ ତଦୁର୍ଦ୍ଧ ବ୍ୟକ୍ତି ମାନଙ୍କୁ ୭୦୦/- ଟଙ୍କା, ୧୮ ବର୍ଷରୁ ଉର୍ଦ୍ଧ ବିଧବା ମହିଳା ମାନଙ୍କୁ ୫୦୦/- ଟଙ୍କା ବିଧବା ଭତ୍ତା, ୫ ବର୍ଷରୁ ଉର୍ଦ୍ଧ ବିକଲାଙ୍ଗ ମାନଙ୍କୁ.୫୦୦.୦୦ ଟଙ୍କା, ୬୦% ଏବଂ ତଦୁର୍ଦ୍ଧ ବିକଳାଙ୍ଗ ମାନଙ୍କୁ ଟ.୭୦୦.୦୦ ଙ୍କା ଏବଂ ୩୦ ବର୍ଷରୁ ଉର୍ଦ୍ଧ ଅବିବାହିତ ମହିଳା ମାନଙ୍କୁ ୫୦୦/- ଟଙ୍କା ଭତ୍ତା ଦିଆଯାଇ ଥାଏ । ବର୍ତ୍ତମାନ ୩୩୪୮ ଜଣ ବାର୍ଦ୍ଧକ୍ୟ ଭତ୍ତା, ୧୩୩୭ ଜଣ ବିଧବା ଭତ୍ତା, ୬୭୩ ଜଣ ବିକଳାଙ୍ଗ ଭତ୍ତା ଏବଂ ୪୨ ଜଣ ଅବିବାହିତ ଭତ୍ତା ପାଉଛନ୍ତି ।

ସ୍ଵଚ୍ଛ ଭାରତ ମିଶନ

ସ୍ଵଚ୍ଛ ଭାରତ ମିଶନ ଜରିଆରେ ଶୌଚାଳୟ ନଥିବା ପରିବାର କୁ ଟ ୬୬୬୭/-ଙ୍କା ବା ଟ ୮୦୦୦/-ଙ୍କା ସହାୟତା ରାଶି ପ୍ରଦାନ କରାଯାଇ ଥାଏ । ଏହା ଦ୍ୱାରା ପରିବେଶ କୁ ବାହ୍ୟ ମଳମୁତ୍ର ମୁକ୍ତ ରଖାଯାଇ ଥାଏ ।ଏହି ଯୋଜନା ରେ ୩୮୩୭ ଜଣଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ଅଛି ଏବଂ ୨୯ଟି ଗୋଷ୍ଠି ଶୌଚାଳୟ, ୪ଟି ସର୍ବସାଧାରଣ ଶୌଚାଳୟ କରାଯାଇ ଅଛି ।

ବିବାହ ପ୍ରମାଣ ପତ୍ର

ବିବାହ ପ୍ରମାଣପତ୍ର ଯୋଜନା ରେ ବିବାହିତ ବ୍ୟକ୍ତିମାନଙ୍କୁ ପ୍ରମାଣ ପତ୍ର ଯୋଗାଇ ଦିଆଯାଇ ଥାଏ । ଏ ପର୍ଯ୍ୟନ୍ତ ୩୮ ଜଣଙ୍କୁ ବିବାହ ପ୍ରମାଣପତ୍ର ଯୋଗାଇ ଦିଆଯାଇଅଛି ।