• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସମନ୍ଵିତ ଶିଶୁ ବିକାଶ ଯୋଜନା

ସମନ୍ଵିତ ଶିଶୁ ବିକାଶ ଯୋଜନା ପୁଟୁଲି

ଭାରତର ସମନ୍ଵିତ ଶିଶୁ ବିକାଶ ଯୋଜନା କାର୍ଯକ୍ରମ ବିଶ୍ଵର ସର୍ବବୃହତ ସମନ୍ଵିତ ପ୍ରାକ ଶୈଶବ କାର୍ଯ୍ୟକ୍ରମ ଅଟେ ଏବଂ ସାରା ଓଡିଶାରେ ୭୧୦୦୦ ମଞ୍ଜୁରପ୍ରାପ୍ତ କେନ୍ଦ୍ର ମାଧ୍ୟମରେ ଏହିସେବା ପ୍ରଦାନ କରାଯାଉଛି । ଏହି ସେବା ଝାରସୁଗୁଡା ଜିଲ୍ଲାରେ ୧୯୯୨-୯୩ ମସିହାରୁ କାର୍ଯ୍ୟ କରିଆସୁଅଛି ।

ସମନ୍ଵିତ ଶିଶୁ ବିକାଶ ଯୋଜନା ନିମ୍ନଲିଖିତ ଉଦ୍ଦେଶ୍ୟ ନେଇ ୧୯୭୫ ମସିହାରେ ଆରମ୍ଭ ହୋଇଥିଲା

  • ୦-୬ ବର୍ଷ ଶିଶୁଙ୍କ ପୃଷ୍ଟି ଏବଂ ସ୍ୱାସ୍ଥ୍ୟର ବିକାଶ
  • ଶିଶୁ ମାନଙ୍କର ମାନସିକ, ଶାରିରୀକ ଓ ସାମାଜିକବିକାଶପାଇଁ ଭିତ୍ତି ଭୂମିର ପ୍ରତିଷ୍ଠା
  • ଶିଶୁ ମାତୃହାର, ଶିଶୁ ଅସୁସ୍ଥତା ଓ କୁ ପୋଷଣ କୁ କମାଇବା
  • ଶିଶୁ ର ବିକାଶ ପାଇଁ ବିଭିନ୍ନ ବିଭାଗସହ ସମନ୍ଵୟ ରକ୍ଷାକରି ନୀତି ଏବଂ ଯୋଜନାକୁ ଠିକ ଭାବେ କାର୍ଯ୍ୟକରି କରିବା
  • ଶିଶୁ ମାନଙ୍କର ସାଧାରଣ ସ୍ୱାସ୍ଥ୍ୟ ଏବଂ ପୃଷ୍ଠିର ଆବଶ୍ୟକତା ପାଇଁ ଉପଯୁକ୍ତ ପୃଷ୍ଠି ଏବଂ ସ୍ୱାସ୍ଥ୍ୟ ଶିକ୍ଷା ପାଇଁ ମାଁ / ଯତ୍ନ ସହାୟିକାଙ୍କର ଦକ୍ଷତା ବିକାଶ କରିବା ।

ସମନ୍ଵିତ ଶିଶୁ ବିକାଶ ଯୋଜନାର ହିତାଧିକାରୀ ଏବଂ ସେବା

ଉପରଲିଖିତ ଲକ୍ଷ୍ୟକୁ ସାଧିତ କରିବା ପାଇଁ ୬ ଟି ସମନ୍ଵିତ ସେବା ପୁଟୁଲି ଯୋଗାଇଦେଇ ବ୍ୟାପକ ଭାବରେ ଶିଶୁଙ୍କର ବହୁବିଧ ଆକାର ସଂକ୍ରାନ୍ତିୟ ଏବଂ ଅନ୍ତ ସଂଯୋଗ ଆବଶ୍ୟକତାକୁ ପୂରଣ କରିବା । ଏହି ସେବା ପ୍ରଦାନ କରିବା ପାଇଁ ଅଙ୍ଗନୱାଡି କେନ୍ଦ୍ର ହେଉଛି ଏହାର କେନ୍ଦ୍ର ବିନ୍ଦୁ।

ହିତାଧିକାରୀ ଏବଂ ସେବାସେବାଲିଖିତ ଦଳସେବା ପ୍ରଦାନକାରୀ

ପରିପୂରକ ପୃଷ୍ଠି

୬ ବର୍ଷରୁ କମ ବୟସର  ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳା

ଅଙ୍ଗନୱାଡି କର୍ମୀ

ପ୍ରତିଷେଧକ

୬ ବର୍ଷରୁ କମ ବୟସର ଶିଶୁ ଏବଂ ଗର୍ଭବତୀ ମହିଳା

ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀ

ସ୍ୱାସ୍ଥ୍ୟ ପରୀକ୍ଷା

୬ ବର୍ଷରୁ କମ ବୟସର ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳା

ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅଙ୍ଗନୱାଡି କର୍ମୀ

ପ୍ରେରଣ ସେବା

୬ ବର୍ଷରୁ କମ ବୟସର  ଶିଶୁ ଏବଂ ଗର୍ଭବତୀ ଓ ପ୍ରସୂତି ମହିଳା

ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଅଙ୍ଗନୱାଡି କର୍ମୀ

ପ୍ରାକ ବିଦ୍ୟାଳୟ ଶିକ୍ଷା

୩ ବର୍ଷରୁ ୬ ବର୍ଷର ଶିଶୁ

ଅଙ୍ଗନୱାଡି କର୍ମୀ

ପୃଷ୍ଠି ଏବଂ ସ୍ୱାସ୍ଥ୍ୟ ଶିକ୍ଷା

କିଶୋରୀ ବାଳିକା ଓ ମହିଳା (୧୫ ବର୍ଷରୁ ୪୫ ବର୍ଷ)

ଅଙ୍ଗନୱାଡି କର୍ମୀ/ ମହିଳା ସ୍ୱାସ୍ଥ୍ୟକର୍ମୀ/ ଆଶା କର୍ମୀ

ସମନ୍ଵିତ ଶିଶୁ ବିକାଶ ଯୋଜନାର ସଂଯୋଜନା କମିଟୀର ମୁଖ୍ୟ ହେଉଛନ୍ତି ଜିଲ୍ଲାର ଜିଲ୍ଲାପାଳ । ଏହି କମିଟି ମାସକୁ ଥରେ ବୈଠକ କରି ସମନ୍ଵିତ ଶିଶୁ ବିକାଶ ଯୋଜନାର ସମସ୍ୟା ସଂପର୍କିତ ବିଷୟ ଉପରେ ଆଲୋଚନା କରିଥାଆନ୍ତି । ଉପଜିଲ୍ଲାପାଳ ହେଉଛନ୍ତି ଏହି ଯୋଜନାର ଅଧ୍ୟକ୍ଷ, ଯିଏ କି କାର୍ଯ୍ୟକ୍ରମ ର ସମୀକ୍ଷା କରି ଉପଯୁକ୍ତ ସହଯୋଗ ଏବଂ ଦିଗଦର୍ଶନ ଦେଇଥାନ୍ତି । ଗ୍ରାମ୍ୟ ସ୍ତରରେ ଏହି ଯୋଜନାର କାର୍ଯ୍ୟକାରିତା ଓ ମୂଲ୍ୟାଙ୍କନ ପାଇଁ ୱାର୍ଡସଭ୍ୟ, ସଭ୍ୟା ଯାଞ୍ଚ କମିଟି ଏବଂ ମାତୃ କମିଟି ଜଡିତ ଅଟନ୍ତି । ନିମ୍ନଲିଖିତ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଗୁଡିକ ମାଧ୍ୟମରେ ତୃଣମୂଳ ସ୍ତରରେ ସେବା ଯୋଗାଇଦେଇଛି ।

ସମୁଦାୟ ସମନ୍ଵିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଗୁଡିକ : ୦୭

(୧) ସହରାଞ୍ଚଳ ସମନ୍ଵିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ସଂଖ୍ୟା : ୦୨

ଗ୍ରାମାଞ୍ଚଳ ସମନ୍ଵିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ସଂଖ୍ୟା   :୦୫

(୨)  ସମୁଦାୟ ଅଙ୍ଗନୱାଡି କେନ୍ଦ୍ର ସଂଖ୍ୟା : ୯୫୭

ଗ୍ରାମାଞ୍ଚଳ : ୭୬୫

ସହରାଞ୍ଚଳ:୧୯୨

ଅଙ୍ଗନୱାଡି କେନ୍ଦ୍ର କାର୍ଯ୍ୟକାରିତା ସ୍ଥିତି :କ୍ର.ନଂପ୍ରକଳ୍ପର ନାମସମୁଦାୟ ଅଙ୍ଗନୱାଡି କେନ୍ଦ୍ର ସଂଖ୍ୟାକାର୍ଯ୍ୟକ୍ଷମ ଅଙ୍ଗନୱାଡି କେନ୍ଦ୍ରର ସ୍ଥିତିମୋଟ ଅ. କେନ୍ଦ୍ର ମଞ୍ଜୁରନିଜସ୍ଵ କୋଠାବିଦ୍ୟାଳୟ କୋଠାଭଡାଘରେଗୋଷ୍ଠୀ କୋଠାଅନ୍ୟାନ୍ୟ

ବ୍ରଜରାଜନଗର (ସହରାଞ୍ଚଳ)

୯୫

୭୩

୫୭

୨୯

ଝାରସୁଗୁଡା (ଗ୍ରାମାଞ୍ଚଳ)

୧୫୮

୧୫୭

୧୧୩

୨୪

୨୧

ଝାରସୁଗୁଡା (ସହରାଞ୍ଚଳ)

୯୭

୫୭

୪୩

୩୫

୧୦

କିର୍ମୀରା

୯୩

୯୩

୬୬

୧୩

୧୩

କୋଲାବିରା

୧୧୫

୧୧୫

୮୯

୧୮

ଲଇକେରା

୧୦୮

୧୦୮

୭୭

୧୮

୧୩

ଲାଖନପୁର

୨୯୧

୨୭୧

୨୨୨

୨୫

୩୯

ସର୍ବମୋଟ

୯୫୭

୮୭୪

୬୬୭

୧୨୫

୧୪୩

୨୨

ଯୋଜନା ଅନୁଯାୟୀ ଅଙ୍ଗନୱାଡି କେନ୍ଦ୍ର ସ୍ଥିତି:-କ୍ର.ନଂଯୋଜନାମଞ୍ଜୁରସଂପୂର୍ଣ୍ଣନିର୍ମାଣାଧୀନକାର୍ଯ୍ୟ ଆରମ୍ଭ ହୋଇନଥିବା (ଜମି ଚିହ୍ନଟ ହୋଇନାହିଁ)କାର୍ଯ୍ୟ ଆରମ୍ଭ ହୋଇନଥିବା (ଜମି ଚିହ୍ନଟ)

ତ୍ରୟୋଦଶ ଅର୍ଥ କମିଶନ

୨୨୮

୨୨୮

ବି. ଆର.ଜି. ଏଫ.

୧୧୦

୧୧୦

ସି.ଏସ.ପି.

ସି.ଏସ.ଆର.

୧୩

ଜିଲ୍ଲା ଖଣିଜ ପାଣ୍ଠି

୪୮

୩୩

ଆଇ.ଏ.ପି.

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଶ୍ଚିତ ଯୋଜନା

୨୧୨

୮୭

୯୮

୨୭

ଏ.ନୋ.ପି. (ମୋଡେଲ ଅଙ୍ଗନୱାଡି କେନ୍ଦ୍ର)

୪୦

୪୦

ପୁରାତନ ୨୦୧୧ ଆଗରୁ

୧୪୩

୧୪୨

୧୦

ଅନ୍ୟାନ୍ୟ

୫୨

୫୧

୧୧

ଏସି ଏବଂ ଏସଟି

୧୨

ରାଜ୍ୟ ନକସା

୨୫

୧୩

ପଶ୍ଚିମ ଓଡିଶା ବିକାଶ ପରିଷଦ

୧୪

ସର୍ବମୋଟ

୮୭୪

୬୭୮

୧୨୪

୭୨

ବର୍ଷ ୨୦୧୫-୧୬ ରୁ ବର୍ଷ ୨୦୧୯-୨୦ ମଧ୍ୟରେ ମଞ୍ଜୁର ହୋଇଥିବା କୋଠା ସଂଖ୍ୟା :-କ୍ର.ନଂପ୍ରକଳ୍ପ୨୦୧୫-୧୬୨୦୧୬-୧୭୨୦୧୭-୧୮୨୦୧୮-୧୯୨୦୧୯-୨୦

ବ୍ରଜରାଜନଗର (ସହରାଞ୍ଚଳ)

ଝାରସୁଗୁଡା (ଗ୍ରାମାଞ୍ଚଳ)

୧୯

୧୪

ଝାରସୁଗୁଡା (ସହରାଞ୍ଚଳ)

କିର୍ମୀରା

୧୧

୧୪

କୋଲାବିରା

୧୬

୧୨

ଲଇକେରା

୧୯

୧୬

ଲାଖନପୁର

୧୧

୧୯

୧୮

ସର୍ବମୋଟ

୨୬

୮୪

୭୪

ସେବାଗୁଡିକ :-

(କ) ପ୍ରକବିଦ୍ୟାଳୟ ଶିକ୍ଷା (୨୦୧୯-୨୦)ମାସ୩ ରୁ ୬ ବର୍ଷ ଶିଶୁଙ୍କ ସଂଖ୍ୟା (ଏପ୍ରିଲ ୨୦୧୯ ଗଣନା ଅନୁଯାୟୀ)ଏହି ମାସରେ ତାଲିକାଭୁକ୍ତ ଶିଶୁଙ୍କ ସଂଖ୍ୟାଅନୁପସ୍ଥିତ ଶିଶୁଙ୍କ କାରଣଅନୁପସ୍ଥିତ ଶିଶୁଙ୍କ କାରଣପ୍ରକୃତରେ ତାଲିକାଭୁକ୍ତ ଥିବା ଶିଶୁଙ୍କସଂଖ୍ୟା (୩-୬ ବର୍ଷ) କ୍ର୩+ କ୍ର୪+ କ୍ର୫=୧୬ ଦିନରୁ ଅଧିକ ଉପସ୍ଥାପନ ଥିବା ଶିଶୁଙ୍କସଂଖ୍ୟା (ପ୍ରକୃତ ତାଲିକାଭୁକ୍ତରୁ)ଉପସ୍ଥାନର ଶତକଡା (କ୍ର୭/କ୍ର୬ *୧୦୦)ଅନ୍ୟ ବିଦ୍ୟାଳୟ ଯାଉଥିବା ଶିଶୁଙ୍କ ସଂଖ୍ୟାପ୍ରାକ ବିଦ୍ୟାଳୟ କୁ ଆସୁନଥିବା ଶିଶୁଙ୍କ ସଂଖ୍ୟା (ଗ୍ରାମରୁ ଦୂରରେ ଅବସ୍ଥିତ ଥିବା ପଡା)୧୨୩୪୫୬୭୮

ଏପ୍ରିଲ ୨୦୧୯

୨୩୬୪୮

୨୩୬୪୮

୧୦୭୭୪

୧୨୮୭୪

୧୨୭୨୪

୯୮.୮୩

ମେ ୨୦୧୯

୨୩୬୪୮

୨୩୨୦୩

୧୦୮୭୪

୧୨୩୨୯

୧୨୧୭୧

୯୮.୭୨

ଜୁନ ୨୦୧୯

୨୩୬୪୮

୨୨୮୬୧

୧୦୩୪୨

୧୨୫୧୯

୧୨୨୭୩

୯୮.୦୩

(ଖ) ବ୍ୟାପ୍ତ ହିତାଧିକାରୀଙ୍କ ସଂଖ୍ୟା (ଏସ. ଏନ. ପି. ବଣ୍ଟନ ୨୦୧୯-୨୦ / ଘରକୁ ନେଉଥିବା  ରାସନ ଓ   ଗରମ ରନ୍ଧା ଖାଦ୍ୟ )ମାସଗର୍ଭବତୀ ମହିଳାଗର୍ଭବତୀ ମହିଳାପ୍ରସୂତି ମହିଳାପ୍ରସୂତି ମହିଳା୬ ମାସରୁ ୩ ବର୍ଷର ଶିଶୁ୬ ମାସରୁ ୩ ବର୍ଷର ଶିଶୁ୩ରୁ ୬ ବର୍ଷର ଶିଶୁ (ଗରମ ରନ୍ଧା ଖାଦ୍ୟ)୩ରୁ ୬ ବର୍ଷର ଶିଶୁ (ଗରମ ରନ୍ଧା ଖାଦ୍ୟ)ତାଲିକାଭୃକ୍ତ (ଏପ୍ରିଲ ୨୦୧୯ ଗଣନା ଅନୁଯାୟୀ)ଗ୍ରହଣତାଲିକାଭୃକ୍ତ (ଏପ୍ରିଲ ୨୦୧୯ ଗଣନା ଅନୁଯାୟୀ)ଗ୍ରହଣତାଲିକାଭୃକ୍ତ (ଏପ୍ରିଲ ୨୦୧୯ ଗଣନା ଅନୁଯାୟୀ)ଗ୍ରହଣତାଲିକାଭୃକ୍ତ (ଏପ୍ରିଲ ୨୦୧୯ ଗଣନା ଅନୁଯାୟୀ)ଗ୍ରହଣ

ଏପ୍ରିଲ ୨୦୧୯

୪୨୩୧

୩୯୦୯

୪୦୨୭

୩୮୧୨

୧୯୦୦୧

୧୭୬୮୦

୧୨୮୭୪

୧୨୭୮୪

ମେ ୨୦୧୯

୪୨୩୧

୩୯୮୪

୪୦୨୭

୩୭୯୪

୧୯୦୦୧

୧୭୬୯୬

୧୨୩୨୯

୧୨୩୨୯

ଜୁନ ୨୦୧୯

୪୨୩୧

୩୯୬୪

୪୦୨୭

୩୭୪୫

୧୯୦୦୧

୧୭୬୬୪

୧୨୫୧୯

୧୨୫୧୯

(ଗ) ପୃଷ୍ଠିକର ଶିଶୁଙ୍କର ସ୍ଥିତି (୦-୫ ବର୍ଷ) ଜୁନ -୨୦୧୯

ସର୍ବମୋଟ ଶିଶୁଙ୍କସଂଖ୍ୟା                   – ୩୯୫୪୨

ଓଜନ କରାଯାଇଥିବା ଶିଶୁଙ୍କ ସଂଖ୍ୟା           – ୩୮୬୪୨

ସାଧାରଣ (ସବୁଜବଳୟ)                   -୩୨୬୦୦

ପରିମିତ କମ ଓଜନରେ ଆସୁଥିବା (ହଳଦିଆ ବଳୟ)- ୫୮୨୪

ଅତ୍ୟଧିକ କମଓଜନର ଆସୁଥିବା (କମଳା ବଳୟ)   – ୨୧୮

(ଘ) ସ୍ୱାସ୍ଥ୍ୟ ପରୀକ୍ଷା (ଜୁନ- ୨୦୧୯)

ମହିଳା ସ୍ୱାସ୍ଥ୍ୟକର୍ମୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶୀକ , ସ୍ୱାସ୍ଥ୍ୟ ଅଧକାରୀଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା

ଶିଶୁ (୦-୩ ବର୍ଷ) : ଝିଅ- ୫୩୮୩, ପୁଅ- ୫୫୦୭

ଶିଶୁ (୩-୬ ବର୍ଷ) : ଝିଅ- ୫୦୮୧, ପୁଅ- ୮୧୨୧

ଗର୍ଭବତୀ ମହିଳା : ୩୪୧୮

ପ୍ରସୂତି ମା      : ୨୮୯୬

ପ୍ରେରିତ ସେବା : ଜୁନ – ୨୦୧୯

ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୃଷ୍ଠିକର ଦିବସ

ଯୋଜନା ମୁତାବକ ଅଙ୍ଗନୱାଡି କେନ୍ଦ୍ରରେ କରାଯାଇଥିବା ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୃଷ୍ଠିକର ଦିବସ ସଂଖ୍ୟା :- ୯୫୫

ସବଳା ଯୋଜନା

ରାଜୀବଗାନ୍ଧୀ କିଶୋରୀ ଶସକ୍ତିକରଣ ଯୋଜନା

କିଶୋରୀ ବାଳିକା ଶସକ୍ତିକରଣ ଯୋଜନା ସବଳାର ମୂଳଲକ୍ଷ୍ୟ ହେଉଛି ସ୍କୁଲରୁ ବାହାରେ ଥିବା ୧୧ବର୍ଷ ରୁ ୧୮ ବର୍ଷର କିଶୋରୀ ବାଳିକାଙ୍କୁ ଅଙ୍ଗନୱାଡି କେନ୍ଦ୍ରରେ ନିର୍ଦ୍ଧାରିତ ଦିନ ଏକତ୍ରିକରଣ କରିବା । ଏହାଛଡା ଅନ୍ୟ ସ୍କୁଲ ଯାଉଥିବା ବାଳିକା ମାସକୁ ଦୁଇଥରଏବଂ ଅତିରିକ୍ତ (ସପ୍ତାହକୁ ଥରେ) ଅବକାଶ ଏବଂ ଛୁଟିଦିନ ମାନଙ୍କରେ   ଅଙ୍ଗନୱାଡି କେନ୍ଦ୍ରରେ ସମ୍ମିଳିତ ହେବା, ଯେଉଁଠାରେ କି ସେମାନେ ଜୀବନ କୌଶଳ, ଶିକ୍ଷା, ପୃଷ୍ଠି ଏବଂ ସ୍ୱାସ୍ଥ୍ୟ ଶିକ୍ଷା , ସାମାଜିକ ଓ ଆଇନଗତ ସମସ୍ୟା ସମ୍ପର୍କରେ ସଚେତନତା ପାଇବା । ଏହା ସ୍କୁଲ ଯାଉଥିବା ଏବଂ ସ୍କୁଲ ଯାଉ ନ ଥିବା ବାଳିକା ମାନଙ୍କ ମଧ୍ୟରେ ପରସ୍ପରକୁ ଜାଣିବା ସହିତ ଅନ୍ୟ ଦିଗରେ ସ୍କୁଲ ଯାଉ ନ ଥିବା ବାଳିକା ମାନେ ସ୍କୁଲ ଯିବା ପାଇଁ ପ୍ରେରିତ ହେବେ । ଏହି ଯୋଜନାର ମୂଳଲକ୍ଷ୍ୟ ହେଲା କିଶୋରୀ ବାଳିକାଙ୍କ ମଧ୍ୟରେ ଅଧାରୁ ପାଠ ପଢା ଛାଡିବା ଏବଂ ସେମାନଙ୍କର ଶିକ୍ଷାଗତ ଓ କାର୍ଯ୍ୟରେ ସହଭାଗିତା ବୃଦ୍ଧି କରିବା ।

ଉଦ୍ଧେଶ୍ୟ

  • କିଶୋରୀ ବାଳିକାଙ୍କ ସ୍ଵ ବିକାଶ ପାଇଁ ସଶକ୍ତିକରଣ କରିବା
  • କିଶୋରୀ ବାଳିକାଙ୍କ ପୃଷ୍ଠି ଏବଂ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବା
  • ସ୍ୱାସ୍ଥ୍ୟ, ପରିମଳ, ପୃଷ୍ଠି, କିଶୋରୀ ପ୍ରଜନନ ଏବଂ ଯୌନ ସ୍ୱାସ୍ଥ୍ୟ ଶିକ୍ଷା, ପରିବାର ଓ ଶିଶୁ ଯନ୍ତ ବିଷୟରେ ସଚେତନତା ଆଣିବା
  • କିଶୋରୀ ବାଳିକାଙ୍କ କୌଳିକ ବୃତ୍ତି , ଜୀବନ କୌଶଳ ସହିତ ଜାତୀୟ କୌଶଳ ବିକାଶ କାର୍ଯ୍ୟକ୍ରମରେ ସଂଯୋଗୀକରଣ କରିବା ସ୍କୁଲ ଯାଉନଥିବା ବାଳିକାମାନଙ୍କୁ ସାଧାରଣ, ଅଣସାଧାରଣ ଶିକ୍ଷା ବ୍ୟବସ୍ଥା ସହ ଯୋଡିବା
  • ସାଧାରଣ ଜନ ସେବା ବିଷୟରେ ସୂଚନା ଓ ସହାୟତା ଯୋଗାଇଦେବା ଯଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଡାକଘର, ବ୍ୟାଙ୍କ ଏବଂ ପୋଲିସ ସେବା

ଲକ୍ଷିତ ଦଳ

ବୟସ ଅନୁଯାୟୀ କିଶୋରୀ ପ୍ରଜନନ ଯୌନ ସ୍ୱାସ୍ଥ୍ୟ ଏବଂ ଜୀବନ କୌଶଳ ଶିକ୍ଷା ପାଇଁ ଲକ୍ଷିତ ଦଳକୁ ଦୁଇ ଭାଗରେ ଭାଗ କରାଯାଇଛି । ଯଥା- ୧୧-୧୪ ବର୍ଷ ଏବଂ ୧୫-୧୮ ବର୍ଷ

ଏହି ଯୋଜନାରେ ଅନ୍ତର୍ଭୁକ୍ତ ସେବା

ଏହି ଯୋଜନାରେ ମୁଖ୍ଯତଃ ପୃଷ୍ଠି ସମ୍ବନ୍ଧିତ ଏବଂ ଅଣ ପୃଷ୍ଠି ସମ୍ବନ୍ଧିତ  କିଶୋରୀ ବାଳିକାଙ୍କୁ ସମର୍ଥ କରିବା

  • ୧୧ ରୁ ୧୪ ବର୍ଷ ର ସ୍କୁଲ ଯାଉ ନ ଥିବା ବାଳିକାମାନଙ୍କ
  • ୧୪ ରୁ ୧୮ ଉଭୟ ସ୍କୁଲ ଯାଉଥିବା ଏବଂ ସ୍କୁଲ ଯାଉ ନ ଥିବା ବାଳିକା ମାନଙ୍କ
  • ଅଣ ପୃଷ୍ଠି ସମ୍ବନ୍ଧୀୟ

ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ ସ୍ୱାସ୍ଥ୍ୟ ଶିକ୍ଷା ଦିବସ ଅଧିବେଶନ ସଂଖ୍ୟା-୮୯୫

ଓଜନ ହୋଇଥିବା ଶିଶୁଙ୍କସଂଖ୍ୟା- ୨୦୮୭୨

ଅତ୍ୟଧିକ କମ ଓଜନର ସଠିକ ଶିଶୁ ସଂଖ୍ୟା- ୨୦୭

ଅତ୍ୟଧିକ ପୃଷ୍ଠିହୀନ ଶିକାର ହୋଇଥିବା ଶିଶୁଙ୍କ ସଂଖ୍ୟା -୦୨

ଅତ୍ୟଧିକ କମ ଓଜନର  ଶିଶୁଙ୍କ ଉଚ୍ଚତର ସ୍ୱାସ୍ଥ୍ୟସେବା ପାଇଁ ପ୍ରେରଣ କରିଥିବା ସଂଖ୍ୟା-୨୭

(ଚ) ପ୍ରତିଷେଧକ (ଏପ୍ରିଲ  ୨୦୧୮-ମାର୍ଚ୍ଚ ୨୦୧୯)କ୍ର.ନଂ(ପ୍ରତିଷେଧକ)ସର୍ବମୋଟ

ପ୍ରଜନନଏବଂ ଶିଶୁ ସ୍ୱାସ୍ଥ୍ୟ

ଏ.ଏନ.ସି

୧.୧

ପଞ୍ଜୀକୃତ ହୋଇଥିବା ଗର୍ଭବତୀ ମହିଳାଙ୍କ ସଂଖ୍ୟା (ଏ.ଏନ.ସି ପାଇଁ)

୮୪୧୧

୧.୧. ୧

ସମୁଦାୟ ପଞ୍ଜୀକୃତ ହୋଇଥିବା ମଧ୍ୟରୁ ୧୨ ସପ୍ତାହମଧ୍ୟରେ ପଞ୍ଜୀକୃତଙ୍କ ସଂଖ୍ୟା

୭୧୦୭

୧.୨

ଏ.ଏନ.ସି କେୟାର

୧.୨.୧

ଟି.ଟି.୧ ନେଇଥିବା ଗର୍ଭବତୀ ମହିଳାଙ୍କ ସଂଖ୍ୟା

୬୯୯୬

୧.୨.୨

ଟି.ଟି.୨ ନେଇଥିବା ଗର୍ଭବତୀ ମହିଳାଙ୍କ ସଂଖ୍ୟା

୬୭୪୦

୧.୨.୩

ଟି.ଟି. ବୁଷ୍ଠର ନେଇଥିବା ଗର୍ଭବତୀ ମହିଳାଙ୍କ ସଂଖ୍ୟା

୧୧୧୨

ଶିଶୁ ଟିକାକରଣ

୦-୧୧ ମାସ ମଧ୍ୟରେ ଥିବା ଶିଶୁ ନିମ୍ନ ପ୍ରତିଷେଧକ ଟୀକା ଗ୍ରହଣକରିଥିବା ସଂଖ୍ୟା

୨.୧.୧

ଭିଟାମିନ କେ-୦୧ ( ଜନ୍ମ ସମୟରେ )

୪୬୨୮

୨.୧.୨

ବି.ସି.ଜି

୬୭୩୬

୨.୧.୩

ପେଣ୍ଟାଭେଲେନ ୧

୭୯୩୨

୨.୧.୪

ପେଣ୍ଟାଭେଲେନ ୨

୭୭୭୧

୨.୧.୫

ପେଣ୍ଟାଭେଲେନ ୩

୭୮୭୫

୨.୧.୬

ଓ.ପି.ଭି.୦ ( ଜନ୍ମ ସମୟ )

୬୨୯୯

୨.୧.୭

ଓ.ପି.ଭି.୧

୭୯୩୨

୨.୧.୮

ଓ.ପି.ଭି.୨

୭୭୬୯

୨.୧.୯

ଓ.ପି.ଭି.୩

୭୮୭୫

୨.୧.୧୦

ହେପାଟାଇଟିସ- ବି0 ( ଜନ୍ମ ସମୟ )

୫୦୮୭

୨.୧.୧୧

ଆଇ.ପି.ଭି.୧

୭୩୯୧

୨.୧.୧୨

ଆଇ.ପି.ଭି.୨

୭୨୭୦

୨.୧.୧୩

ରୋଟାଭାଇରସ ୧

୭୯୨୮

୨.୧.୧୪

ରୋଟାଭାଇରସ ୨

୭୭୭୦

୨.୧.୧୫

ରୋଟାଭାଇରସ ୩

୭୮୭୯

୨.୨

୯-୧୧  ମାସର ଶିଶୁ ନେଇଥିବା ଟୀକା

୨.୨.୧

ମିଜିଲସ ଏବଂ ରୁବେଲା- ପ୍ରଥମ ପାଦ

୫୨୬୪

୨.୨.୨

ମିଜିଲସ – ପ୍ରଥମ ପାଦ

୩୮୩୧

(ଛ) ଶିଶୁ ମୃତ୍ୟୁହାରବର୍ଷସମୁଦାୟ ଜୀବିତ ଶିଶୁ ଜନ୍ମ୧ ବର୍ଷ ମଧ୍ୟରୁ ମୃତ୍ୟୁବରଣ କରିଥିବା ଶିଶୁଶିଶୁ ମୃତ୍ୟୁହାର

୨୦୧୯

୬୬୫୮

୧୩୯

୨୦୮୮

(ଜ) ମାତୃ ମୃତ୍ୟୁହାରବର୍ଷସମୁଦାୟ ପ୍ରସବ ସଂଖ୍ୟାସମୁଦାୟ ମୃତ୍ୟୁବରଣ କରିଥିବା ମାଁ ସଂଖ୍ୟାମାତୃ ମୃତ୍ୟୁହାର

୨୦୧୯

୬୭୩୩

୧୧

୧୬୩

ପୃଷ୍ଠି କାର୍ଯ୍ୟକାରିତା ଯୋଜନା

ପୃଷ୍ଠି କାର୍ଯ୍ୟକାରିତା ଯୋଜନା ଡି.ଏଫ.ଆଇ.ଡି.ସହାୟତାରେ ପରିଚାଳିତ ଏକ ଯୋଜନା । ଯାହାକି ତଥ୍ୟଭିତ୍ତିକ ଏକ ଯୋଜନା ଓଡିଶାରେ ଆସୁଥିବା ଶିଶୁଙ୍କ ସଂଖ୍ୟା ଓଡିଶାରେ କମ କରିବା । ପୃଷ୍ଠି କାର୍ଯ୍ୟକାରିତା ଯୋଜନା ଓଡିଶାର୧୫ ଟି ଅତ୍ୟଧିକ ଚାପଗସ୍ତ ଜିଲ୍ଲା ଗୁଡିକରେ କାମ କରୁଅଛି । ଜିଲ୍ଲାଗୁଡିକ ହେଲା ଅନଗୁଳ, ଭଦ୍ରକ, ବଲାଙ୍ଗୀର, ଗଜପତି, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା, ରାୟଗଡା, ସମ୍ବଲପୁର ଏବଂ ସୁନ୍ଦରଗଡ । ଏହି ଯୋଜନା ନିମ୍ନଲିଖିତ ନୀତି ଏବଂ ରଣନୀତିକୁ ନେଇ ତୃଣମୂଳସ୍ତରରେ ଏକାଭିମୁଖତା ରକ୍ଷାକରି ସ୍ୱାସ୍ଥ୍ୟ ଏବଂ ପୃଷ୍ଠି ସେବା ପହଞ୍ଚାଇବା ଉପରେ ଗୁରୁତ୍ଵ ବହନ କରୁଛି ।

  • ପ୍ରତିଷେଧକ କାର୍ଯ୍ୟବିଧି ଏବଂ ରୋଗ ନିୟନ୍ତ୍ରଣ
  • ଗୃହଭିତ୍ତିକ ନବ ଜାତ ଶିଶୁର ଯତ୍ନର ଉନ୍ନତିକରଣ
  • ସ୍ତନ୍ୟପାନ କରାଇବାର ଅଭ୍ୟାସ, ଖାଦ୍ୟ ସାରଣୀର ବିଭାଗିକରଣ ଏବଂ ତୃଣମୂଳ ସ୍ତର ପୃଷ୍ଠିପରିପୂରକ କରିବା ସହିତ ସ୍ୱାସ୍ଥ୍ୟ ଓ ପୃଷ୍ଠିପାଇଁ ଏକାକିମୁଖତା ପାଇଁ ପଦକ୍ଷେପ
  • ବିନା ବାଧାପ୍ରାପ୍ତ ଗୁଣାତ୍ମକ ସମନ୍ଵିତ ଶିଶୁ ବିକାଶ ଯୋଜନା ସହିତ ପୃଷ୍ଠିହୀନ ଗରିବ ଏବଂ ସାମାଜିକ ବହିର୍ଭୂକ୍ତଙ୍କୁ କେନ୍ଦ୍ରିତ କରିବା
  • ଶିଶୁମାନଙ୍କ ଜୀବନଧାରଣା ପାଇଁ ବିଭିନ୍ନ ବିଭାଗ ସହ ସମନ୍ବୟର ଉନ୍ନତିକରଣ କରିବା ଯଥା ସମନ୍ଵିତ ଶିଶୁ ବିକାଶ ଯୋଜନା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ

ଉଦ୍ଧେଶ୍ୟ ଗୁଡିକ :-

  • ବର୍ତ୍ତମାନ ସ୍ଥିତିରେ ଥିବା ଅପପୃଷ୍ଠି ଶିଶୁଙ୍କସଂଖ୍ୟା ୦୪ ବର୍ଷ ମଧ୍ୟରେ କମ କରିବା
  • ପରିମିତ କମ ଓଜନରେ ଆସୁଥିବା ଶିଶୁ ୪୧% ରୁ ୨୫% ଆଦିବାସୀ ମାନଙ୍କ ମଧ୍ୟରେ ୪୫ % ର ବୃଦ୍ଧିକୁ ୩୫% ମଧ୍ୟରେ ଆଣିବା ଏବଂ ବାର୍ଷିକ ୨.୫ % କମ କରିବା

ରଣନୀତି

  • ସମନ୍ଵିତ ଶିଶୁ ବିକାଶ ଯୋଜନାକୁ ସୁଲଭରେ ପାଇବା ପାଇଁ ଅନୁଷ୍ଠାନିକ ବ୍ୟବସ୍ଥାର ସୁଦୃଢୀକରଣ
  • ଯୋଜନା ପ୍ରସ୍ତୁତି, କାର୍ଯ୍ୟକାରିତା ଏବଂ ମୂଲ୍ୟାୟନରେ ଗୋଷ୍ଠୀସ୍ତରର ସହଭାଗିତାକୁ ନିଶ୍ଚିତ କରିବା
  • ପୃଷ୍ଠି ସେବା ଗୁଡିକ ପ୍ରଦାନ ପାଇଁ ସୁଦୃଢୀକରଣ
  • ଫଳାଫଳ ଭିତ୍ତିକ ମୂଲ୍ୟାୟନ ଏବଂ ମୂଲ୍ୟାଙ୍କନ
  • ପ୍ରାକ ବିଦ୍ୟାଳୟ ଶିକ୍ଷା ଏବଂ ଅନ୍ୟ ବିଭାଗ ସହିତ ସଂଯୋଗୀକରଣ
  • ସମନ୍ଵିତ ବ୍ୟବହାରିକ ଯୋଗାଯୋଗରେ ପରିବର୍ତ୍ତନ

ମିଶନଶକ୍ତି

ଅବସ୍ଥିତ ମହିଳା ସ୍ଵୟଂସହାୟକ ଗୋଷ୍ଠୀ :-

ମହିଳା ସ୍ଵୟଂସହାୟକ ଗୋଷ୍ଠୀ ସଂଖ୍ୟା – ୭୪୬୦

ସଦସ୍ୟାଙ୍କ ସଂଖ୍ୟା               -୭୭୯୩୭

ବ୍ଲକସ୍ତରୀୟ ମହାସଂଘ / ସହରାଞ୍ଚଳ ସ୍ତରୀୟ ମହାସଂଘ – ୦୭

ଜିଲ୍ଲାସ୍ତରୀୟ ମିଶନଶକ୍ତି ମହାସଂଘ ଗଠିତ ସଂଖ୍ୟା-୦୧ (ଦିବ୍ୟଜ୍ୟୋତି ଜିଲ୍ଲାସ୍ତରୀୟ ମିଶନଶକ୍ତି ମହାସଂଘ)

ମିଶନଶକ୍ତି ଏକ ଅଭିଯାନ । ଏହି ଅଭିଯାନର ଲକ୍ଷ୍ୟ ହେଉଛି ମହିଳାମାନଙ୍କ ସାମଗ୍ରିକ ଶାସକ୍ତିକରଣ କରିବା ପାଇଁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା । ଅବସ୍ଥିତ ଥିବା ସ୍ଵୟଂ ସହାୟକ ଗିଷ୍ଠୀଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ସାହ ପ୍ରଦାନ କରିବା ସହିତ ନୂତନ ଗଠିତ ସ୍ଵୟଂ ସହାୟକ ଗୋଷ୍ଠୀକୁ ହାତପାଣ୍ଠି ଯୋଗାଇଦେଇ ତାଙ୍କୁ କାର୍ଯ୍ୟକ୍ଷମ କରିବା । ଏହି ଉଦ୍ଦେଶ୍ୟ ନେଇ ନୂତନ ଭାବରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ଏକ ମିଶନଶକ୍ତି ନିର୍ଦେଶାଳୟ ଗଠନ କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନର ସଂଖ୍ୟାକୁ ଦ୍ଵିଗଣିତ କରିବା ସହିତ ସ୍ଵୟଂ ସହାୟିକା ଗୋଷ୍ଠୀର ନିରନ୍ତର ବିକାଶ କରିବା । ଏହି ସ୍ଵୟଂସହାୟକ ଗୋଷ୍ଠୀ ଗଠନ ପ୍ରକ୍ରିୟାରେ ଅଙ୍ଗନୱାଡି କର୍ମୀ / ମିନି  ଅଙ୍ଗନୱାଡି କର୍ମୀଙ୍କୁ ୫୦୦ ଟଙ୍କା ଏବଂ ଅଙ୍ଗନୱାଡି ସହାୟକାଙ୍କୁ ସ୍ଵୟଂସହାୟକ ଗୋଷ୍ଠୀ ଗଠନ ପାଇଁ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଉଛି । ଯୋଗ୍ୟ ନୂତନ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମାନଙ୍କୁ ପୁଞ୍ଜିଟଙ୍କା ବାବଦରେ ପ୍ରତ୍ୟେକ  ଗୋଷ୍ଠୀକୁ ୧୫୦୦୦ ଟଙ୍କା ଏବଂ ଡିଜିଟାଲ ଶସକ୍ତିକରଣ ପାଇଁ ୩୦୦୦ ଟଙ୍କା ଦିଆଯାଉଛି ।

ନୂତନ ଏବଂ ଅବସ୍ଥିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠିର ସୂଚନା ଝାରସୁଗୁଡା ଜିଲ୍ଲା ୩୦-୦୬-୨୦୧୯ ପର୍ଯ୍ୟନ୍ତପ୍ରକଳ୍ପ ର ନାମନୂତନ ସ୍ଵୟଂସହାୟକ ଗୋଷ୍ଠୀ ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ୦୧-୦୪-୧୭ ସୁଦ୍ଧା ନୂତନ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଗଠନ ହେଲାସମୁଦାୟ ନୂତନ ସଭ୍ୟା ସଂଖ୍ୟାଅବସ୍ଥିତ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ସଂଖ୍ୟାସମୁଦାୟ ଅବସ୍ଥିତ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟାସମୁଦାୟ ସ୍ଵୟଂ ସହାୟକ ଗୋଷ୍ଠୀ ସଂଖ୍ୟାସମୁଦାୟ ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ସଂଖ୍ୟା

ବ୍ରଜରାଜନଗର (ସହରାଞ୍ଚଳ)

୪୭୫

୪୩୧

୪୪୩୯

୨୭୨

୨୭୯୩

୭୦୩

୭୨୩୨

ଝାରସୁଗୁଡା (ସହରାଞ୍ଚଳ)

୪୮୦

୫୮୫

୫୮୯୫

୪୩୩

୪୩୬୨

୧୦୧୮

୧୦୨୫୭

ଝାରସୁଗୁଡା (ଗ୍ରାମାଞ୍ଚଳ)

୬୩୦

୬୬୪

୬୭୭୧

୫୧୩

୫୭୬୫

୧୧୭୭

୧୨୫୩୬

କିର୍ମୀରା

୩୪୦

୩୦୫

୩୧୭୯

୪୨୧

୪୨୦୦

୭୨୬

୭୩୭୯

କୋଲାବିରା

୪୧୫

୪୧୪

୪୨୫୮

୪୩୪

୪୯୭୫

୮୪୮

୯୨୩୩

ଲଇକେରା

୩୮୫

୩୭୫

୩୯୮୩

୪୯୧

୫୨୫୩

୮୬୬

୯୨୩୬

ଲାଖନପୁର

୧୨୦୫

୧୧୯୧

୧୨୨୨୨

୯୩୧

୯୮୪୨

୨୧୨୨

୨୨୦୬୪

ସର୍ବମୋଟ

୩୯୩୦

୩୯୬୫

୪୦୭୪୭

୩୪୯୫

୩୭୧୯୦

୭୪୬୦

୭୭୯୩୭

ପୁଞ୍ଜି ଟଙ୍କା ଏବଂ ଡିଜିଟାଲ ଶସକ୍ତିକରଣ (ନୂତନ ଏବଂ ଅବସ୍ଥିତ ମହିଳାସ୍ଵୟଂ ସହାୟକ ଗୋଷ୍ଠି) ଝାରସୁଗୁଡା ଜିଲ୍ଲା ୩୦-୦୬-୨୦୧୯ ପର୍ଯ୍ୟନ୍ତ ର ସୂଚନାପ୍ରକଳ୍ପ ର ନାମନୂତନ ସ୍ଵୟଂ ସହାୟକ ଗୋଷ୍ଠୀ କୁ ପୁଞ୍ଜି ଟଙ୍କା ବଣ୍ଟନପ୍ରତ୍ଯେକ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ ଟ.୧୫୦୦୦/-ଅବସ୍ଥିତ ଥିବା  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ବଣ୍ଟନପ୍ରତ୍ଯେକ ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ ଟ.୧୫୦୦୦/-ଅବସ୍ଥିତ ଥିବା  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଅବସ୍ଥିତ ଥିବା  ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଡିଜିଟାଲ ଶସକ୍ତିକରଣ ପାଇଁ ଆର୍ଥିକ ସହାୟତା (ଏପ୍ରିଲ ୧୭ ସୁଦ୍ଧା ଗଠନ ପ୍ରତ୍ଯେକ ଗୋଷ୍ଠୀକୁ  ଟ ୩୦୦୦/-)

ବ୍ରଜରାଜନଗର (ସହରାଞ୍ଚଳ)

୩୧୧

୪୬୬୫୦୦୦

୧୦

୧୫୦୦୦୦

୨୭୨

୮୧୬୦୦୦

ଝାରସୁଗୁଡା (ସହରାଞ୍ଚଳ)

୫୪୧

୮୧୧୫୦୦୦

୫୭

୮୫୫୦୦୦

୪୩୩

୧୨୯୯୦୦୦

ଝାରସୁଗୁଡା (ଗ୍ରାମାଞ୍ଚଳ)

୬୬୪

୯୯୬୦୦୦୦

୬୦

୯୦୦୦୦୦

୫୧୦

୧୫୩୦୦୦୦

କିର୍ମୀରା

୨୪୪

୩୩୬୦୦୦୦

୭୫୦୦୦

୪୧୬

୧୨୪୮୦୦୦

କୋଲାବିରା

୩୦୩

୪୫୪୫୦୦୦

୧୫୦୦୦

୪୩୧

୧୨୯୩୦୦୦

ଲଇକେରା

୨୪୩

୩୬୪୫୦୦୦

୧୨୦୦୦୦

୪୯୦

୧୪୨୦୦୦୦

ଲାଖନପୁର

୧୧୩୮

୧୭୦୭୦୦୦୦

୯୬

୧୪୪୦୦୦

୯୨୫

୨୭୭୫୦୦୦

ସର୍ବମୋଟ

୩୪୪୪

୫୧୬୬୦୦୦୦

୨୩୭

୩୫୫୫୦୦୦

୩୪୭୭

୧୦୪୩୧୦୦୦

ନୂତନ ସ୍ଵୟଂ ସହାୟକ ଗୋଷ୍ଠି ଗଠନ ପାଇଁ  ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ସହାୟିକାଙ୍କୁ ପ୍ରଦାନ କରାଯାଇଥିବା ପ୍ରୋତ୍ସାହନ ରାଶି ସୂଚନାପ୍ରକଳ୍ପ ର ନାମଅଙ୍ଗନୱାଡି କର୍ମୀ ଙ୍କ ସଂଖ୍ୟାନୂତନ ସ୍ଵୟଂ ସହାୟକ ଗୋଷ୍ଠି ଗଠନ ପାଇଁ  ଅଙ୍ଗନୱାଡି କର୍ମୀଙ୍କୁ ପ୍ରୋତ୍ସାହନ ରାଶି @  ଗୋଟିଏ ଗୋଷ୍ଠୀ ପାଇଁ ୫୦୦ ଟଙ୍କାଅଙ୍ଗନୱାଡି ସହାୟିକାଙ୍କ ସଂଖ୍ୟାନୂତନ ସ୍ଵୟଂ ସହାୟକ ଗୋଷ୍ଠି ଗଠନ ପାଇଁ  ଅଙ୍ଗନୱାଡି ସହାୟିକାଙ୍କୁ ପ୍ରୋତ୍ସାହନ ରାଶି @ ଗୋଟିଏ ଗୋଷ୍ଠୀ ପାଇଁ ୨୦୦ ଟଙ୍କାମନ୍ତବ୍ଯ

ବ୍ରଜରାଜନଗର (ସହରାଞ୍ଚଳ)

୯୫

୨୧୫୫୦୦

୯୫

୮୬୨୦୦

ଝାରସୁଗୁଡା (ସହରାଞ୍ଚଳ)

୯୭

୨୮୩୦୦୦

୯୬

୧୧୨୬୦୦

ଝାରସୁଗୁଡା (ଗ୍ରାମାଞ୍ଚଳ)

୧୫୮

୩୩୨୦୦୦

୧୨୬

୧୧୫୮୦୦

କିର୍ମୀରା

୯୩

୧୫୨୫୦୦

୬୮

୪୮୮୦୦

କୋଲାବିରା

୧୧୫

୨୦୭୦୦୦

୮୩

୬୯୨୦୦

ଲଇକେରା

୧୦୮

୧୮୭୫୦୦

୭୭

୬୨୦୦୦

ଲାଖନପୁର

୨୯୧

୫୯୩୦୦୦

୨୪୧

୨୧୬୨୦୦

ସର୍ବମୋଟ

୯୫୭

୧୯୭୦୫୦୦

୭୮୬

୭୧୦୮୦୦

ଏହି ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠି ମାନେ ବିଭିନ୍ନ ପ୍ରକାର ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଯଥା ଚାଉଲ ପ୍ରକ୍ରିୟାକରଣ, ଝାଡୁ ସଂଗ୍ରହ ଏବଂ ବିକ୍ରି, ପରିବା ଚାଷ ଏବଂ ବିକ୍ରି, ମାଛ ଚାଷ, ଗୋପାଳନ, କୁକୁଡା ପାଳନ, କିରୋସିନ ବିତରଣ, କଂପୋଷ୍ଟ ଡିଲରସିପ, ବଡି ଏବଂ ପାମ୍ପଡ ତିଆରି, ପତ୍ରଖଲିଦନା ତିଆରି, ସିଲେଇ, ବିଜୁଳି ବିଲ ସଂଗ୍ରହ, ଫିନାଇଲ ତିଆରି ଏବଂ ବିକ୍ରି ।

ମମତା ଯୋଜନା

ମାତୃ ଓ ଶିଶୁଙ୍କର ପୃଷ୍ଟିହୀନତା ଦୂରୀକରଣପାଇଁ ଓଡିଶା ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହା ସ୍ୱତନ ରାଜ୍ୟ ସରକାରଙ୍କର ଯୋଜନା ଅଟେ, ଯାହାକି ଗର୍ଭବତୀ ମହିଳା ଏବଂ ପ୍ରସୂତି ମାଁଙ୍କ ପାଇଁ ମମତା ନାମରେ ନାମିତଏକ ଯୋଜନା । ସେପ୍ଟେମ୍ବର ୨୦୧୧ ମସିହାରେ ଗ୍ରାମାଞ୍ଚଳରେ ସମସ୍ତ ସମନ୍ଵିତ ବିକାଶ ଯୋଜନା ପ୍ରକଳ୍ପ ପାଇଁ ଏହାଆରମ୍ଭ ହୋଇଥିଲା । ଅଗଷ୍ଟ ୨୦୧୨ ଠାରୁ ଏହା ସହରାଞ୍ଚଳର ସମସ୍ତ ସମନ୍ଵିତ ବିକାଶ ପ୍ରକଳ୍ପରେ ମଧ୍ୟ କାର୍ଯ୍ୟକାରୀ ହେଉଛି । ଏହା ଗର୍ଭବତୀ ମହିଳା ଏବଂ ପ୍ରସୂତି ମହିଳାଙ୍କ ପୃଷ୍ଠିର ବର୍ଦ୍ଧନ, ସ୍ୱାସ୍ଥ୍ୟ ସଚେତନତା ବ୍ୟବହାରକୁ ପ୍ରୋତ୍ସାହିତ କରିବା ଉଦ୍ଦ୍ୱେଶ୍ୟରେ ଆର୍ଥିକ ସହାୟତା ପ୍ରଦାନକରାଯାଉଛି । ବର୍ତ୍ତମାନ ମମତା ଯୋଜନା ଝାରସୁଗୁଡା ଜିଲ୍ଲାର ସାତଟି ୭ ଯାକ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟକାରୀ ହେଉଛି ।

ଲକ୍ଷ୍ୟ :-

୧- ମାତୃ ମାତୃହାର ଏବଂ ଶିଶୁ ମୃତ୍ୟୁହାରକୁ ରୋକିବା ପାଇଁ ଅଂଶଦାନ

୨- ଗର୍ଭବତୀ ମହିଳା, ପ୍ରସୂତି ମାଁ ଓ ଶିଶୁଙ୍କ ପୃଷ୍ଠିଗତ ସ୍ଥିତି ଏବଂ ସ୍ଵାସ୍ଥ୍ୟର ସ୍ଥିତିରେ ଉନ୍ନତିକରଣ

ଉଦ୍ଧେଶ୍ୟ :-

୧-ଆଂଶିକ ପରିଶ୍ରାମିକ ପାଉଁଣା ଗର୍ଭବତୀ, ପ୍ରସୂତି  ମାଁଙ୍କ ପାଇଁ ଗର୍ଭଧାରଣ ଓ ପ୍ରସାବପରେ ଯୋଗାଇବା, ଯାହାଫଳରେ କି ସେମାନେ ଏହି ସମୟରେ ବିଶ୍ରାମ ନେବା ସହିତ ନିଜ ସ୍ଵାସ୍ଥ୍ୟର ଯତ୍ନ ନେଇପାରିବେ ।

୨- ମାଁ ଓ ଶିଶୁ ସ୍ୱାସ୍ଥ୍ୟ ସେବା ମୁଖ୍ୟତଃ ପ୍ରାକ ମାତୃତ ଯତ୍ନ ଓ ପରବର୍ତ୍ତୀ ମାତୃତ ଯତ୍ନ ତଥା ପ୍ରତିଷେଧକ ଟୀକାକରଣ ବ୍ୟବସ୍ଥାକୁ ସୁନିଶ୍ଶିତ କରିବା ।

୩- ମାଁ ଓ ଶିଶୁ ଯତ୍ନ ଅଭ୍ୟାସର ଉନ୍ନତିକାରଣ ମୁଖ୍ୟତଃ ଭାବରେ ସ୍ତନ୍ୟପାନ ଏବଂ ଶିଶୁକୁ ପରିପୂରକ        ସ୍ତନ୍ୟପାନ

 

 

ଲକ୍ଷିତ ବର୍ଗ :-

୧- ଗର୍ଭବତୀ ଓ ପ୍ରସୂତି ମହିଳା (୧୯ ବର୍ଷରୁ ଉର୍ଦ୍ଧ , ପ୍ରଥମ ଓ ଦ୍ଵିତିୟ ଜୀବିତ ସନ୍ତାନ ଜନ୍ମ ପାଇଁ) ସରକାରୀ କର୍ମଚାରୀ,ସରକାରଙ୍କ ଅଧିକୃତ(କେନ୍ଦ୍ର ଓ ରାଜ୍ୟ) କର୍ମଚାରି ଏବଂ ତାଙ୍କ ସ୍ତ୍ରୀ ବ୍ୟତିତ

୨- ନୂତନ ମାର୍ଗଦର୍ଶିକା ଅନୁଯାୟୀ ଜୀବିତ ଶିଶୁ ଜନ୍ମର ସଂଖ୍ୟା ସୀମା ନାହିଁ , ଏହା କେବଳ ମୁଖ୍ୟତଃ ଦୁର୍ବଳ ଆଦିବାସୀ ଗୋଷ୍ଠୀଙ୍କ ପାଇଁ

ଯୋଜନାର ଲାଭ ଏବଂ ପାଉଁଣା ପଦ୍ଧତି

:-

୧- ନୂତନ ମାର୍ଗଦର୍ଶୀକା ଅନୁଯାୟୀ ୨୦୧୭ ପରବର୍ତ୍ତୀ ସମସ୍ତ ହିତାଧିକାରୀ ଏହି ଦେୟ ୨ଟି କିସ୍ତିରେ ପାଇବେ । (ପ୍ରଥମ କିସ୍ତି- ୩୦୦୦ ଟଙ୍କା, ଦ୍ଵିତୀୟ କିସ୍ତି- ୨୦୦୦ ଟଙ୍କା)

୨- ଏହି ଦେୟ କେବଳ ଇ- ଟ୍ରାନ୍ସଫର ମାଧ୍ୟମରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ପାଖରୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ।

୩- ଏହି ଦେୟ ହିତାଧିକାରୀଙ୍କ ବ୍ୟାଙ୍କ ଜମା ଖାତାକୁ ଗଲାପରେ ସେହି ଅଞ୍ଚଳର ଅଙ୍ଗନୱାଡି କର୍ମୀ ୨୦୦ ଟଙ୍କା ଏବଂ ଅଙ୍ଗନୱାଡି ସହାୟିକା ୧୦୦ ଟଙ୍କା ପ୍ରୋତ୍ସାହନ ରାଶି ବାବଦରେ ପ୍ରତ୍ଯେକ ହିତାଧିକାରୀ ପିଛା ପାଇବେ, ଯାହାକି ଇ- ଟ୍ରାନ୍ସଫର ମାଧ୍ୟମରେ ସମନ୍ଵିତ ଶିଶୁ ବିକାଶ ଅଧିକାରୀଙ୍କ ପାଖରେ ଅଙ୍ଗନୱାଡି କର୍ମୀ ଏବଂ ଅଙ୍ଗନୱାଡି ସହାୟିକାଙ୍କ ବ୍ୟାଙ୍କ ଖାତାକୁ ଯିବ ।

ମାର୍ଗଦର୍ଶିକାର ସର୍ତ୍ତ:-

ପ୍ରଥମ କିସ୍ତି

ଗର୍ଭଧାରଣର ୬ ମାସ ପରେ ନିମ୍ନଲିଖିତ ସର୍ତ୍ତପୂରଣ କରୁଥିବା ହିତାଧିକାରୀଙ୍କୁ  ୩୦୦୦ ଟଙ୍କା ପ୍ରଦାନ କରାଯିବ ।

୧- ଅଙ୍ଗନୱାଡି କେନ୍ଦ୍ର/ ମିନି ଅଙ୍ଗନୱାଡି କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ନାମ ପଞ୍ଜୀକରଣ ହୋଇଥିବ।

୨- ଦୁଇଟି ପ୍ରାକମାତୃତ  ସ୍ୱାସ୍ଥ୍ୟ ପରୀକ୍ଷା ପ୍ରଥମଟି ୧୬ ସପ୍ତାହ ମଧ୍ୟରେ ଦ୍ଵିତୀୟଟି ୧୪ ରୁ ୨୬ ସପ୍ତାହ          ଗର୍ଭଧାରଣ ସମୟରେ

୩- ଲୌହବଟିକା ଗ୍ରହଣ କରିଥିବେ ।

୪- ନିହାତି ଭାବରେ ଗୋଟିଏ ଟି. ଟି. ଟୀକା ନେଇଥିବେ (୨ଟି ଟୀକା ମଧ୍ୟରୁ)

୫- ନିହାତି ଭାବରେ ଥରେ ଅଙ୍ଗନୱାଡି କେନ୍ଦ୍ର, ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପୃଷ୍ଠି ଦିବସ ଦିନ/ ଗୃହ ପରିଦର୍ଶନ ସମୟରେ ପରାମର୍ଶ ଗ୍ରହଣ କରିଥିବେ ।

ଦ୍ଵିତୀୟ କିସ୍ତି :-

ବଳକା ୨୦୦୦ ଟଙ୍କା ଶିଶୁ ଯତ୍ନର ୧୦ ମାସ ପୂରଣ ପରେ ନିମ୍ନଲିଖିତ ସର୍ତ୍ତ ପୂରଣ କରୁଥିଲେ ପାଇବେ ।

୧- ଶିଶୁ ଜନ୍ମ ପଞ୍ଜୀକରଣ ଅଙ୍ଗନୱାଡି କେନ୍ଦ୍ର ବା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ହୋଇଥିବ ।

୨- ଶିଶୁ ବି. ସି. ଜି. ଟୀକା ନେଇଥିବ ।

୩- ଶିଶୁ ପେଣ୍ଟାଭେଲେନ ୧, ୨, ୩ ଟୀକା ନେଇଥିବ ।

୪- ଶିଶୁ ପୋଲିଓ ୧, ୨, ୩ ଟୀକା ନେଇଥିବ ।

୫ – ଶିଶୁ ରୋଟାଭାଇରସ  ୧, ୨, ୩ ଟୀକା ନେଇଥିବ ।

୬- ଶିଶୁ ମିଳିମିଳା ଟୀକା ୧ ବର୍ଷ ହେବା ଆଗରୁ ନେଇଥିବ ।

୭- ଶିଶୁ ଭିଟାମିନ ଏ ର ପ୍ରଥମ

୮- ମାଁ ନିହାତି ଭାବରେ ୬ ଟି ଅଭିବୃଦ୍ଧି ମୂଲ୍ୟାଙ୍କନ ଏବଂ ଆଇ . ୱାଇ. ସି. ଏଫ. ଅଧିବେଶନ  ଅଂଶଗ୍ରହଣ କରିଥିବ ।

୯- ଶିଶୁ ୬ ମାସ ପର୍ଯ୍ୟନ୍ତ କେବଳ ମାଁ କ୍ଷୀର ନେଇଥିବ ।

୧୦- ଶିଶୁ ୬ ମାସ ପରେ ଅନ୍ୟ ପରିପୂରକ ଖାଦ୍ୟ ଖାଉଥିବ ।

୧୧- ଶିଶୁ ବୟସାନୁଯାୟୀ ସ୍ତନ୍ୟପାନ ଓ ପରିପୂରକ ଖାଦ୍ୟ ଖାଇବା ଜାରି ରଖିଥିବ ।

ପ୍ରକଳ୍ପ ଅନୁଯାୟୀ ଲକ୍ଷ୍ୟସାଧନ ଝାରସୁଗୁଡା ଜିଲ୍ଲା ଜୁନ ୨୦୧୯ ପର୍ଯ୍ୟନ୍ତକ୍ର.ନଂସମନ୍ଵିତ ଶିଶୁବିକାଶପ୍ରକଳ୍ପର ନାମପ୍ରଥମ କିସ୍ତିଦ୍ଵିତୀୟ କିସ୍ତି

ଝାରସୁଗୁଡା (ଗ୍ରାମାଞ୍ଚଳ)

୧୫୬୮

୮୬୯

କିର୍ମୀରା

୯୯୨

୫୧୨

କୋଲାବିରା

୧୧୬୩

୬୫୦

ଲଇକେରା

୧୧୭୦

୬୧୬

ଲଖନପୁର

୪୦୦୮

୧୯୮୧

ଝାରସୁଗୁଡା (ସହରାଞ୍ଚଳ)

୨୩୬୨

୧୨୫୩

ବ୍ରଜରାଜନଗର (ସହରାଞ୍ଚଳ)

୧୪୦୨

୭୩୨

ସର୍ବମୋଟ

୧୨୬୬୫

୬୬୧୩

ମହିଳା କଲ୍ୟାଣ

ୱାନ ଷ୍ଟପ ସେଣ୍ଟର(ଏକକ ସହାୟତା କେନ୍ଦ୍ର)

ଏକକ ସହାୟତା କେନ୍ଦ୍ରର ଉଦ୍ଦେଶ୍ୟ ହେଉଛି ଘରେ, ବ୍ୟକ୍ତିଗତ ସ୍ଥାନରେ, ସର୍ବସାଧାରଣ ସ୍ଥାନରେ କିମ୍ବା ଗୋଷ୍ଠୀ ସ୍ତରରେ ଏବଂ କାର୍ଯ୍ୟକ୍ଷେତ୍ରରେ ହିଂସାର ଶୀକାର ହୋଇଥିବା ଯେପରିକି ଶାରୀରିକ, ଯୌନ ସଂପର୍କିତ, ଆବେଗିକ, ମାନସିକ ଓ ଆର୍ଥିକ ଭାବରେ କ୍ଷତିଗ୍ରସ୍ତ ମହିଳା ବୟସ, ଶ୍ରେଣୀ, ଜାତି, ଶିକ୍ଷାଗତ ସ୍ଥିତି ଏବଂ ସଂସ୍କୃତି ନିର୍ବିଶେଷରେ ପୀଡ଼ିତା ମହିଳା ସାହାର୍ଯ୍ୟ ଓ ସହାୟତା ମାଧ୍ୟମରେ ସମସ୍ୟାର ସମାଧାନ ।

ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଗୁଡିକ ହେଲା :- ଜରୁରୀକାଳିନ, ଅଣଜରୁରୀଛାଳିନ, ସ୍ଥିତିରେ ସ୍ୱାସ୍ଥ୍ୟ ସଂପର୍କିତ, ଆଇନ ସଂପର୍କିତ, ମାନସିକ ଓ ପରାମର୍ଶ ସହାୟତା ଗୋଟିଏ ସ୍ଥାନରେ ଏହି ସମସ୍ତ ସୁବିଧା ପୀଡ଼ିତା ମହିଳାଙ୍କୁ ଯୋଗାଇ ଦିଆଯିବ।

ବେଟି ବଚାଓ ବେଟି ପଢାଓ ଯୋଜନା :-

ଏହି ଯୋଜନା ଶିଶୁକନ୍ୟଙ୍କ ସୁରକ୍ଷା ଓ ତାଙ୍କର ଶିକ୍ଷା ହେଉଛି ମୂଳଲକ୍ଷ୍ୟ ।

ଏହି ଯୋଜନାର ଉଦ୍ଦେଶ୍ୟ ଗୁଡିକ ହେଲା  :-

  • ଲିଙ୍ଗଗତ ଭେଦଭାବ ଓ ଲିଙ୍ଗ ନିରୂପଣ ଦୂର କରିବା ପାଇଁ ପ୍ରତିକାର
  • କନ୍ୟା ସନ୍ତାନର ବଞ୍ଚିବା ଏବଂ ତାର ସୁରକ୍ଷାକୁ ସୁନିଶ୍ଚିତ କରିବା
  • କନ୍ୟା ସନ୍ତାନର ଶିକ୍ଷା ଓ ସହଭାଗିତାକୁ ସୁନ୍ନିଶ୍ଚିତ କରିବା

ପରିବାର ପରାମର୍ଶ କେନ୍ଦ୍ର :-

ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ଓଡିଶା ଓ ସ୍ଵେଚ୍ଛାସେବୀ ସଂଗଠନଙ୍କ ସହବନ୍ଧିତ ଏକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ହିଂସାର ଶୀକାର ପୀଡ଼ିତା ମହିଳାଙ୍କୁ ନୈତିକ, ଆଇନଗତ, ପରାମର୍ଶ ସେବା, ପୋଲିସ ସହାୟତା ଦରକାର ସ୍ଥଳେ ପ୍ରେରଣ ସେବା ଯୋଗାଇଦେବା ।

ସ୍ଵଧାର ଗୃହ :-

ପାରିବାରିକ ହିଂସାର ଶିକାର ପୀଡ଼ିତା ମହିଳା, ଯୌନ ଶିକାରର ପୀଡ଼ିତା ମହିଳା, ଅବାଞ୍ଛିତ ମାତୃତ୍ଵ, ଚାଲାଣର ଶିକାର ମହିଳା, ବିଧବା ଏବଂ ଆର୍ଥିକ ସମସ୍ୟାର ଜର୍ଜରିତ ହୋଇଥିବା ଅସହାୟ ମହିଳାଙ୍କୁ ସ୍ଵଧାର ଗୃହରେ ଆତ୍ମ ସମ୍ମାନର ସହିତ ତଥା ନିରାପଦ ଆଶ୍ରୟସ୍ଥଳ ଯୋଗାଇଦେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ସମୟରେ ସେହି ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରି ଥଇଥାନ କରିବା ହେଉଛି ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଯୋଜନା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟଙ୍କ ଏକ ଯୋଜନା ଯାହାକି ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା କାର୍ଯ୍ୟକାରୀ ହେଉଛି । ଏହି ଗୃହରେ ୧୮ ବର୍ଷରୁ ଉର୍ଦ୍ଧ ଅସହାୟ ମହିଳା ଏବଂ ତାଙ୍କର ସନ୍ତାନସାନ୍ତତି ମାନେ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଆଶ୍ରୟ ନେଇପାରିବେ ।