• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସମଗ୍ର ଶିକ୍ଷା

ଉପକ୍ରମ :

ସମଗ୍ର ଶିକ୍ଷା ୧୯୭୬ ମସିହା ପୂର୍ବରୁ ଶିକ୍ଷା ବ୍ୟବସ୍ଥା ରାଜ୍ୟର ହିଁ ଉତ୍ତର ଦାୟିତ୍ଵ ଥିଲା । ୧୯୯୬ ର ସାମ୍ବିଧାନିକ ସଂଶୋଧନ ପରେ ଶିକ୍ଷାକୁ ମିଳିତ ଭାବରେ ରଖାଗଲା । ୧୯୮୬ ଜାତୀୟ ଶିକ୍ଷାନୀତି ଗଠନ ବେଳେ, ଭାରତ, “ପ୍ରାଥମିକ ଶିକ୍ଷାର ସାର୍ବଜନିକରଣ” ଲକ୍ଷ୍ୟ ହାସଲ ନିମନ୍ତେ ସୁଦୂର ପ୍ରସାରୀ ଯୋଜନା ସୃଷ୍ଟି କଲା । ଏହି କ୍ରମରେ ଅପରେସନ ବ୍ଲାକ୍ ବୋର୍ଡ, ଶିକ୍ଷାକର୍ମୀ ପ୍ରକଳ୍ପ, ଜିଲ୍ଲା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଓ ସର୍ବ ଶିକ୍ଷା ଅଭିଯାନ ଯୋଜନା ଗୁଡିକ ମୁଖ୍ୟତଃ କେନ୍ଦ୍ର ପୃଷ୍ଠପୋଷକତା ସହ ରାଜ୍ୟ ଭାଗିଦାରୀରେ ଆରମ୍ଭ କରାଗଲା । ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁସାରେ, ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଦେବା ପାଇଁ ନିଷ୍ପତ୍ତି ନିଆଗଲା । ସେହିପରି ଉଚ୍ଚବିଦ୍ୟାଳୟକୁ ସହାୟତା ଦେବା ନିମନ୍ତେ “ମାଧ୍ୟମିକ ଶିକ୍ଷା ଅଭିଯାନ” ଆରମ୍ଭ କରାଗଲା । ୨୦୧୩-୨୦୧୪ ବର୍ଷର ଅନେକ ଯୋଜନା ଯେପରି, ବହୁମୂଖୀ କମ୍ପୁଟର ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରାଗଲା ।
ଜାତୀୟ ସ୍ତରରେ ଶିକ୍ଷକ ଶିକ୍ଷାର ପୁନର୍ଗଠନ ଓ ସୁଶୃଙ୍ଖଳ ବ୍ୟବସ୍ଥା ୧୯୮୭ରୁ ଆରମ୍ଭ କରାଗଲା, ଯାହା ଜାତୀୟ ଶିକ୍ଷାନୀତି ୧୯୯୬ର ଗଠନରେ ସହାୟକ ହେଲା । ବିଦ୍ୟାଳୟ ସ୍ତରୀୟ ଶିକ୍ଷାର ଉନ୍ନତିକରଣ ନିମନ୍ତେ କେନ୍ଦ୍ରର ମଧ୍ୟସ୍ଥତାରେ ନିବେଶ ଓ ଫଳାଫଳ ଆଧାରିତ “୩ ବର୍ଷ ଭାରତର କାର୍ଯ୍ୟIବଳୀ” ୨୦୧୭-୨୦, ନୀତି ଆୟୋଗ-୨୦୧୭ ନାମକ ପ୍ରମାଣ ପତ୍ରର କଳ୍ପିତ ରୂପରେଖ ଦିଆଗଲା । ସମସ୍ତ ପୂର୍ବ ଯୋଜନା ଅନୁସାରେ ଆଙ୍ଗନୱାଡ଼ିଠାରୁ ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିତ ଭାବରେ ସାମିଲ କରାଗଲା।

ସମଗ୍ର ଶିକ୍ଷାର ଲକ୍ଷ୍ୟ :

• ବିଦ୍ୟାଳୟର ଆବଶ୍ୟକତା ପୂରଣ, ବିଦ୍ୟାଳୟ ଆଧାରର ଉନ୍ନତିକରଣ ଏବଂ ପ୍ରାକ୍-ପ୍ରାଥମିକରୁ ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଅବଧାରଣ କରାଇବା ।
• ବିଦ୍ୟାଳୟ ସ୍ତରରେ ଲିଙ୍ଗଗତ, ତଥା ସାମାଜିକ ପ୍ରଭେଦର ଦୂରୀକରଣ ।
• ପ୍ରାକ୍ ବିଦ୍ୟାଳୟରୁ ଉଚ୍ଚବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ପିଲା ମାନଙ୍କର ସ୍ଵତନ୍ତ୍ର ଆବଶ୍ୟକତାକୁ ଅନୁଧ୍ୟାନ କରିବା।
• ଗୁଣାତ୍ମକ ପରିବର୍ତ୍ତନ ।
• ଶିକ୍ଷକ ଶିକ୍ଷା ଓ ପ୍ରଶିକ୍ଷଣର ଗୁଣାତ୍ମକ ବିକାଶ ।
• ବିଦ୍ୟାଳୟ ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟାର ଯୋଗାଯୋଗ, ବ୍ୟବହାର ଓ ଧନ୍ଦାମୂଳକ ଶିକ୍ଷାକୁ ବିଦ୍ୟାଳୟରେ ଅନ୍ତରଭୁକ୍ତ କରାଇବା ।

୧. ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଯାତାୟାତ ଖର୍ଚ୍ଚ :
ଶିକ୍ଷା ଅଧିକାର ଆଇନ ଏବଂ ରାଜ୍ୟ ସରକାରଙ୍କ ନିର୍ଦେଶନାମା ଅନୁଯାୟୀ, ଛାତ୍ରଛାତ୍ରୀ ନିଜ ଜନବସତି ଠାରୁ ୧କି.ମି.ରୁ ଉର୍ଦ୍ଧ୍ଵ ନିକଟସ୍ଥ ବିଦ୍ୟାଳୟ କିମ୍ବା ୩ କି.ମି. ଠାରୁ ଉର୍ଦ୍ଧ୍ଵ ନିକଟସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯିବାକୁ ହୁଏ, ତେବେ ଯାତାୟାତ ଖର୍ଚ୍ଚ ବାବଦକୁ ସରକାର ମାସିକ ଟ.୬୦୦/-ଙ୍କ। ବହନ କରିବେ।
୨୦୧୮-୧୯ ମସିହାର ଜାତୀୟ ପ୍ରକଳ୍ପ ବୋର୍ଡ , ୩୩୯ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଯାତାୟାତ ଖର୍ଚ୍ଚର ଅନୁମୋଦନ କରିଥିଲେ । କିନ୍ତୁ ଜିଲ୍ଲାର ଆବଶ୍ୟକତା ଅନୁଯାୟୀ ଅନୁମୋଦିତ ଅର୍ଥକୁ ୫୦୬ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ୧୦ ମାସର , ଟ. ୨୪୦୦/- ଙ୍କ। ପ୍ରତିପିଲା ମଧ୍ୟରେ ଆବଣ୍ଟନ କରଯାଇଥିଲା।
୨. ଶିକ୍ଷା ଅଧିକାରୀ ଆଇନ (ଧାରା ୧୨ (ଗ) ) ଅନୁଯାୟୀ ସୀକୃତିପ୍ରାପ୍ତ ବେସରକାରୀ ବିଦ୍ୟାଳୟମାନଙ୍କରେ , ବିଦ୍ୟାଳୟର ପ୍ରବେଶ ଶ୍ରେଣୀ (ପ୍ରଥମ ବ ପ୍ରାକ ପ୍ରଥମ) ରେ ମୋଟ ପିଲା ସଂଖ୍ୟର ୨୫% ସ୍ଥାନ ମାଗଣାରେ ଛାତ୍ରଛାତ୍ରୀ ମାନଙ୍କୁ (ନିୟମାନୁସାରେ ଚୟନ ଛାତ୍ରଛାତ୍ରୀ) ପଞ୍ଜୀକୃତ କରାଯିବ। ଝାରସୁଗୁଡାରେ ମୋଟ ୧୦୧ ଟି ବେସରକାରୀ ବିଦ୍ୟାଳୟ ମଧ୍ୟରୁ ୫୧ ଟି ବିଦ୍ୟାଳୟକୁ ସରକାର ଏଯାବତ ସ୍ଵୀକୃତି ଦେଇଛନ୍ତି । ୨୦୧୮-୧୯ ମସିହାରେ ଉପରୋକ୍ତ ଆଇନ ଦ୍ଵାରା ଝାରସୁଗୁଡା ଜିଲ୍ଲାର ମୋଟ ୬୭ ଟି ବିଦ୍ୟାଳୟରେ ୩୦୦୫ ଜଣ ଛାତ୍ରଛାତ୍ରୀଙ୍କୁ ପଞ୍ଜୀକୃତ କରାଯାଇ ମାଗଣାରେ ଶିକ୍ଷାଦାନ କରାଯାଉଛି ।
୩. ଅଧାରୁ କିମ୍ବା ମୂଳରୁ ପାଠ ଛାଡ଼ିଥିବା ପିଲା ଏବଂ ସେମାନଙ୍କ ପାଇଁ ସ୍ଵତନ୍ତ୍ର ତାଲିମ ବ୍ୟବସ୍ଥା : ୨୦୧୮ -୧୯ ମସିହାରେ ଝାରସୁଗୁଡା ଜିଲ୍ଲାରେ ୯୧ ଜଣ ଛାତ୍ରଛାତ୍ରୀ ଆଧାରୁ ପାଠ ଛାଡ଼ିଥିବା ତଥ୍ୟ ସଂଗ୍ରହ କରଯାଇଥିଲା । ସେଥିରୁ ୫ ଜଣଙ୍କୁ ସ୍ଵତନ୍ତ୍ର ତାଲିମ ମାଧ୍ୟମରେ ଏବଂ ଅନ୍ୟମାନଙ୍କୁ ଉଜ୍ଜ୍ଵଳ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର ମୁଖ୍ୟ ସ୍ରୋତକୁ ଅଣାଯାଇଥିଲା ।
୪. ଝାରସୁଗୁଡା ଜିଲ୍ଲାରେ ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଛି । କମିଟିର ରୂପରେଖ ନିମ୍ନରେ ଦିଆଗଲା ।
ଅଭିଭାବକ – ୧୨ ଜଣ (ମାତା ୬ ଜଣ, ପିତା ୬ ଜଣ )
ଶିକ୍ଷକ ପ୍ରତିନିଧି – ୦୧ ଜଣ
ପ୍ରଧାନ ଶିକ୍ଷକ – ୦୧ ଜଣ
ମୀନା କ୍ୟାବିନେଟ ଓ ମଞ୍ଚ – ୦୨ ଜଣ ଛାତ୍ରୀ
ଆଙ୍ଗନୱାଡ଼ି କର୍ମୀ – ୦୧ ଜଣ
ଆଶା କର୍ମୀ – ୦୧ ଜଣ
ସରପଞ୍ଚ/ୱାଡ଼ ମେମ୍ବର – ୦୧ ଜଣ

ମାଗଣା ପୋଷାକ ଓ ଜୋତା ବିତରଣ (Free Uniform & Shoes Distribution):

ରାଜ୍ୟ ସରକାରଙ୍କ ନିଷ୍ପତି ଆନୁଯାୟୀ ଶିକ୍ଷା ବର୍ଷ (2018-19) ପାଇଁ ଜିଲ୍ଲାର ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ (ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ବାଳିକା, ଅନୁସୂଚିତ ଜାତି/ଜନଜାତି ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ସମସ୍ତ ବର୍ଗର ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର (ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଛାତ୍ରାବାସରେ ରହୁଥିବା ଅନ୍ତେବାସୀ (Boarder) ଓ ବାହାରେ ରହି ସେହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ (Day Scholars).
ସମୁଦାୟ ୪୪୧୦୧ ଜଣ ଛାତ୍ରଛାତ୍ରୀ ଯଥା ୨୩୨୫୮ ଜଣ ଛାତ୍ରୀ ଏବଂ ୨୦୮୪୩ ଜଣ ଅନୁସୂଚିତ ଜାତି/ଜନଜାତି ଓ ଦରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଛାତ୍ର ମାନଙ୍କୁ ଜଣ ପିଛା ଟ. ୪୦୦/-ଙ୍କ। ମୂଲ୍ୟରେ ୨ ହଳ ସ୍କୁଲ ପୋଷାକ ଏବଂ ଜଣ ପିଛା ଟ. ୨୦୦/- ଙ୍କ। ମୂଲ୍ୟରେ ୧ ହଳ ଜୋତା ୨ ହଳ ମୋଜା ବଣ୍ଟନ କରାଯାଉଅଛି ।

ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ (LEP):

୧. ଦ୍ଵିତୀୟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଢୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ଶ୍ରେଣୀ ଭିତ୍ତିକ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ପ୍ରତ୍ୟକ ପିଲାଙ୍କ ସ୍ତର ଅନୁଯାୟୀ ଅଭ୍ୟାସ ପୁସ୍ତିକା ବଣ୍ଟନ କରାଯାଉଅଛି।
୨. ଉଜ୍ଵଳ : ଦ୍ଵିତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଶ୍ରେଣୀ ଭିତ୍ତିକ ସର୍ବନିମ୍ନ ଦକ୍ଷତା ଅନୁଯାୟୀ ସେମାନଙ୍କର ପଠନ, ଲିଖନ ଓ ଭଲଭାବରେ ବୁଝିବା ସହିତ ଜ୍ଞାନ କୌଶଳର ବିକାଶ କାରିବା ପାଇଁ ଭାଷା, ଗଣିତ ଓ ଇଂରାଜୀ ବିଷୟରେ ଅଭ୍ୟାସ ପୁସ୍ତିକା ତିଆରି କରାଯାଉଛି ଏବଂ ଏହା ଚଳିତ ଜୁନ ୨୪ ତାରିଖରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଏହି ଅଭ୍ୟାସ କାର୍ଯ୍ୟ ଶିକ୍ଷକ ମାନଙ୍କ ପ୍ରତ୍ୟକ ତତ୍ବାବଧାନରେ କରାଯାଉଅଛି । ଏହା ବ୍ୟତୀତ ସ୍କୁଲରେ ପ୍ରତ୍ୟକ ଶିକ୍ଷା ଦିବସର ପ୍ରଥମ ପିରିୟଡ଼ରେ ମଧ୍ୟ ଏହା ବର୍ଷ ସାରା କାର୍ଯ୍ୟକାରୀ କରାଯିବା ପାଇଁ ନିର୍ଦ୍ଧେଶନାମା ଅଛି ।
୩. ଉତଥାନ : ଷଷ୍ଠ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀରେ ପଢୁଥିବ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ଉତଥାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଛ।ତ୍ରଛାତ୍ରୀଙ୍କ ଭାଷା, ଗଣିତ, ଇଂରାଜୀ ଓ ବିଜ୍ଞାନର ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶ୍ରେଣୀ ଭିତ୍ତିକ ଏବଂ ସ୍ତର ଭିତ୍ତିକ ଅଭ୍ୟାସ ପୁସ୍ତିକା ତିଆରି କରାଯାଇଛି ଏବଂ ଏହା ଚଳିତ ଜୁନ ମାସ ୨୪ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ ତାରିଖରେ ସାରିବାର ଯୋଜନା ରହିଅଛି । ଏହା ବ୍ୟତୀତ ବିଦ୍ୟାଳୟର ପ୍ରତ୍ୟକ ଶିକ୍ଷା ଦିବସର ପ୍ରଥମ ପିରିୟର୍ଡରେ ମଧ୍ୟ ଉତଥାନକୁ ବର୍ଷ ସାରା କାର୍ଯ୍ୟକରି କରାଯିବା ପାଇଁ ନିର୍ଦେଶନାମା ଅଛି ।
୪. ଆତ୍ମରକ୍ଷା କୌଶଳ ତାଲିମ କାର୍ଯ୍ୟକ୍ରମ : ଜିଲ୍ଲାରେ ୨୦୧୮-୧୯ ଶିକ୍ଷା ବର୍ଷ ପାଇଁ ଷଷ୍ଠ ରୁ ଅଷ୍ଟମରେ ପଢୁଥିବା ୧୯୫୦ ଜଣ ଛ।ତ୍ରଛାତ୍ରୀ ମାନଙ୍କୁ ୦୮ ଦିନିଆ ଆତ୍ମରକ୍ଷା କୌଶଳ ବିଷୟରେ ଅଭିଜ୍ଞ ମହିଳା ତାଲିମଦାତାଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଇଅଛି ।

ମାଗଣାରେ ପୁସ୍ତକ ବଣ୍ଟନ (Supply of Text Books):

ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ କରାଯାଉଛି ।

ଶିଶୁ ମହୋତ୍ସବ “ ସୁରଭି “:

ଶିକ୍ଷା ମାଧ୍ୟମରେ ପିଲାମାନଙ୍କର ପୁର୍ଣାଙ୍ଗ ବିକାଶ, ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ତଥା ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଯୋଗ ଓ ସଚେତନତା ନିମନ୍ତେ ପ୍ରତିବର୍ଷ ସମସ୍ତ ଆଞ୍ଚଳିକ, ମଣ୍ଡଳ ଓ ଜିଲ୍ଲାସ୍ତରରେ ଗୋଟିଏ ଦିନ ଲେଖାଏ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଆବାସିକ ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଶିଶୁ ମହୋତ୍ସବ “ସୁରଭି “ କାର୍ଯ୍ୟକ୍ରମରେ ଭାଗ ନେଇ ଥାନ୍ତି । ଛାତ୍ରଛାତ୍ରୀମାନେ ନିମ୍ନରେ ଦିଆଯାଇଥିବା ପ୍ରତିଯୋଗୀତା ଗୁଡିକରେ ଅଂଶଗ୍ରହଣ କରିଥାନ୍ତି ।
୧. ବିତର୍କ
୨. ପ୍ରବନ୍ଧ ଲିଖନ
୩. କୁଇଜ
୪. ଚିତ୍ରାଙ୍କନ
୫. ସୃଜନଶୀଳ ଲେଖନ
୬. ବକୃତ ପ୍ରତିଯୋଗୀତା
୭. ଓଡିଆ ସଂଗୀତ
୮. ଓଡିଆ ହସ୍ତାକ୍ଷର ଓ ଶ୍ରୁତିଲିଖନ
ଭିନ୍ନକ୍ଷମ ପିଲାଙ୍କ ନିମନ୍ତେ ସ୍ଵତନ୍ତ୍ର ପ୍ରତିଯୋଗୀତା ହୋଇଥାଏ :
୧. ଚିତ୍ରାଙ୍କନ
୨. ଓଡିଆ ସଂଗୀତ

ଶିଶୁ ଦିବସ :

ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ସମସ୍ତ ବିଦ୍ୟାଳୟରେ, ପଞ୍ଚାୟତ ସ୍ତରରେ, ଗୋଷ୍ଠୀ ମଣ୍ଡଳ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ପାଳନ କରାଯାଉଅଛି । ଛାତ୍ରଛାତ୍ରୀମାନେ ପ୍ରବନ୍ଧ, ପଦ୍ୟ ଲିଖନ ଓ ବିତର୍କ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥାନ୍ତି ।

ପ୍ରବେଶ ଉତ୍ସବ ଓ ପୂର୍ଣ ଉପସ୍ଥାନ ଦିବସ :

ପିତାମାତା, ଅଭିଭାବକ ଏବଂ ଜନସାଧରଣଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ଵ ଓ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ତଥା ପ୍ରତ୍ୟକ ୬ ରୁ ୧୪ ବର୍ଷ ବୟସର ସମସ୍ତ ପିଲାଙ୍କୁ ବିଦ୍ୟାଳୟ ପରିସରଭୁକ୍ତ କରିବା ପାଇଁ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ବର୍ଷ ଏପ୍ରିଲ ୩ ରୁ ୬ ତାରିଖରେ ପ୍ରବେଶ ଉତ୍ସବ ଓ ପୂର୍ଣ୍ଣ ଉପସ୍ଥାନ ଦିବସ ପାଳନ କରାଯାଉଛି ।

ସ୍ଵଚ୍ଛତା ପକ୍ଷ ପାଳନ:

ବିଦ୍ୟାଳୟ ମାନଙ୍କରେ ପରିମଳ ଓ ପରିଚ୍ଛନ୍ନତାକୁ ନିଶ୍ଚିତ କରିବା ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ସହ ଶୈକ୍ଷିକ କାର୍ଯ୍ୟକ୍ରମ ଯଥା ତର୍କ, ଚିତ୍ରାଙ୍କନ, ସଂଗୀତ, ପ୍ରବନ୍ଧ, ବାର୍ତ୍ତା ଲିଖନ, ମୌଖିକ ସାଧାରଣ ଜ୍ଞାନ ବା କୁଇଜ ପ୍ରଦର୍ଶନୀ ଇତ୍ୟାଦି ପ୍ରତିଯୋଗୀତା ପ୍ରତ୍ୟକ ବିଦ୍ୟାଳୟ, ଆଞ୍ଚଳିକ, ମଣ୍ଡଳ ତଥା ଜିଲ୍ଲା ସ୍ତରରେ ଆୟୋଜିତ କରାଯାଉଅଛି। ପ୍ରତିବର୍ଷ ସେପ୍ଟେମ୍ବର ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ଦିନମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ମାନ ପାଳନ କରାଯାଇ ଥାଏ ଯଥା :-
୧. ସ୍ଵଚ୍ଛତା ଶପଥ ପାଠ ଦିବସ
୨. ସ୍ଵଚ୍ଛତା ସମ୍ବନ୍ଧୀୟ ସଚେତନତା ଦିବସ
୩. ପରିମଳ କାର୍ଯକ୍ରମ ପାଇଁ ଯୋଜନା ପ୍ରସ୍ତୃତି
୪. ବିଦ୍ୟାଳୟ ଗୁଡିକୁ ସବୁଜ କରିବା ପାଇଁ ଅଭିଯାନ
୫. ଗୁରୁ ଦିବସ ପାଳନ ଏବଂ ସ୍ଵଛତା ସମ୍ବନ୍ଧୀୟ ପ୍ରତିଯୋଗୀତା
୬. ନଖ ପରିଷ୍କାର ଦିବସ
୭. ହାତ ଧୁଆ ଦିବସ
୮. ବ୍ୟକ୍ତିଗତ ପରିଚ୍ଛନତା ଦିବସ
୯. ଶୌଚଳୟ ବ୍ୟବହାର ସଚେତନତା ଦିବସ
୧୦. ଗୋଷ୍ଠୀ ସଚେତନତା ଦିବସ
୧୧. ବିଦ୍ୟାଳୟରେ ସ୍ଵଛତା ସମ୍ଭନ୍ଧୀୟ ପ୍ରଦର୍ଶନୀ ଦିବସ
୧୨. ସ୍ଵଛ ଜଳ ଦିବସ
୧୩. ଜଳ ସଂରକ୍ଷଣ ଦିବସ
୧୪. ସ୍ଵଛତା ସମ୍ଭନ୍ଧୀୟ ପତ୍ରଲିଖନ ଦିବସ
୧୫. ସରକାରୀ ସମୀକ୍ଷା ଦିବସ

ଅନ୍ତର୍ନିବେଶି ଶିକ୍ଷା (INCLUSIVE EDUCATION)

୧. ବିଶ୍ଵ ଆନ୍ତର୍ଜାତୀୟ ଦିବସ :- ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଲୟ ଓ ୫ଟି ବ୍ଲକର ମିଳିତ ଆନୁକୁଲ୍ୟରେ ଡିସେମ୍ବର ୩ ତାରିଖ ଦିନ ବିଶ୍ଵ ଆନ୍ତଜାତୀୟ ଦିବସ ପାଳନ କରଯାଇଥିଲା ।
୨. ଶ୍ରବଣ ଯନ୍ତ୍ର ବିତରଣ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟ।ଲୟ ତରଫରୁ ଶ୍ରବଣ ବାଧିତ ଛାତ୍ରଛାତ୍ରୀଙ୍କୁ ୧୪୭ ଟି ଶ୍ରବଣ ଯନ୍ତ୍ର ବଣ୍ଟନ କରଯାଇଥିଲା ।
୩. ଦୁଇଚକିଆ ଯାନ :- ବିଶ୍ଵ ଆନ୍ତଜାତୀୟ ଦିବସ ଦିନ ୧୭ ଯାନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଦୁଇଚକିଆ ଯାନ ବଣ୍ଟନ କରଯାଇଥିଲା ।
୪. ଚଷମା ବିତରଣ :- ପଞ୍ଚାଯତ ସ୍ତରୀୟ ପିଠା କାର୍ଯକ୍ରମରେ ୩୦ଟି ଚଷମା ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟ।ଲୟ ତରଫରୁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଗଲା ।
୫. ଡାକ୍ତରୀ ଚିକିତ୍ସା ଶିବିର :- ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟ।ଲଯ ଓ ସର୍ବଶିକ୍ଷା ଅଭିଯାନ ମିଳିତ ଆନୁକୁଲ୍ୟରେ ୫ ଟି ବ୍ଲକର ନଅଟି ସ୍ଥାନରେ ସମସ୍ତ ବଯସର ଦିବ୍ୟ।ଙ୍ଗମାନଙ୍କ ପାଇଁ ଡାକ୍ତରୀ ଚିକିତ୍ସା ଶିବିର ଅନୁଷ୍ଠିତ କରଯାଇଥିଲା।
୬. ଚକ୍ଷୁ ଅସ୍ତ୍ରୋପଚାର :- L.V. Prasad Eye Institute, Bhubaneswar ଠାରେ ଗୋଟିଏ ଆଖିର catract ଥିବା ପିଲାର ଅସ୍ତ୍ରୋପଚାର କରଯାଇଥିଲା।
୭. ଝିଅମାନଙ୍କୁ ବୃତି :- ପ୍ରଥମ ଶ୍ରେଣୀଠାରୁ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ୧୬୫ ଜଣ ଝିଅଙ୍କୁ ଟ. ୨୦୦/- ଙ୍କ। ଲେଖାଏଁ ଝିଅ ବୃତି ପ୍ରଦାନ କରଯାଇଥିଲା ।
୮. ବହି ଓ ଲେଖନୀ ସାମଗ୍ରୀ ବୃତ୍ତି :- ନବମ ଶ୍ରେଣୀଠାରୁ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ୯୧ ଜଣ ଛାତ୍ରଛାତ୍ରୀଙ୍କୁ ଟ. ୧୦୦୦/- ଙ୍କ ଲେଖାଏଁ ବହି ଓ ଲେଖନୀ ସାମଗ୍ରୀ ବୃତ୍ତି ପ୍ରଦାନ କରଯାଇଥିଲା ।
୯. ବ୍ରେଲି ପୁସ୍ତକ ବିତରଣ :- ପ୍ରଥମ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୨୬ ଜଣ ସମ୍ପୂର୍ଣ ଦୁଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ବ୍ରେଲି ପୁସ୍ତକ ବିତରଣ କରଯାଇଥିଲା ।
୧୦. ବୃହତ ମୁଦ୍ରଣ ପୁସ୍ତକ : ଦ୍ଵିତୀୟ ଶ୍ରେଣୀଠାରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଅଳ୍ପଦୃଷ୍ଟି ସଂମ୍ପନ୍ନ ୪୨ ଜଣ ଛାତ୍ରଛାତ୍ରୀଙ୍କୁ ବୃହତ ମୁଦ୍ରଣ ପୁସ୍ତକ ବଣ୍ଟନ କରଯାଇଥିଲା।
୧୧. ସମାନ ପୋଷାକ ବୃତି : ନବମ ଶ୍ରେଣୀଠାରୁ ଦ୍ଵାଦଶ ଶ୍ରେଣୀରେ ୯୧ ଜଣ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସମାନ ପୋଷାକ ବୃତି ଟ. ୪୦୦/- ଙ୍କ ଲେଖାଏଁ ଦିଆଯାଇଥିଲା ।
୧୨. ଯାତାୟତ ଖର୍ଚ Escort Allowance:
କ) ପ୍ରଥମରୁ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ୭୫% ରୁ ଅଧିକ। ଅକ୍ଷ୍ୟମତା ଥିବା ଓ ୫୦% ମାସିକ ଉପସ୍ଥାନ ଥିବା ଛାତ୍ରଛାତ୍ରୀଙ୍କୁ ଯାତାୟତ ଖର୍ଚ ୧୦ ମାସ ପାଇଁ ଟ. ୩୦୦୦/- ଙ୍କ। ହିସାବରେ ୧୭୮ ଜଣଙ୍କୁ ଦିଆଯାଇଥିଲା।
ଖ) Transport Allowance (୦୧ ରୁ ୦୮)- ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ୬୦% ରୁ ଅଧିକ। ଓ ୭୪% ତକ ଓ ୫୦% ଉପସ୍ଥାନ ଥିବା ଅକ୍ଷମତା ପିଲାଙ୍କୁ ୧୦ ମାସ ପାଇଁ ଟ. ୩୦୦୦/- ଙ୍କ। ପ୍ରଦାନ କରଯାଇଥିଲା ।
ଗ) Transport Allowance (୦୧ ରୁ ୧୨)- ନବମରୁ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀ ୪୦% ରୁ ଅଧିକ ଥିବ ଓ ୮୦% ଉପସ୍ଥାନ ଥିବ ତାକୁ ୧୦ ମାସ ପାଇଁ ଟ. ୧୦୦୦/- ଙ୍କ। ଲେଖାଏଁ ୯୧ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରଯାଇଥିଲା।
୧୩. Exposure Visit (ଭ୍ରମଣ ଯାତ୍ରା) : ପ୍ରତି ବ୍ଲକରେ 30ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଅଭିବାଭାକ ,CRCC & ABEO-cum-BRCCs ହିସାବରେ ୫ ଟି ବ୍ଲକରେ ୪୫୦ ଜଣ ନିଜ ନିଜ ବ୍ଲକରେ, ଜିଲ୍ଲାରେ ଦର୍ଶିନୀୟ ସ୍ଥାନକୁ ଭ୍ରମଣ ଯାତ୍ରା କରାଇଥିଲେ।

ସର୍ବମୋଟ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀ ସଂଖ୍ୟ।
ବର୍ଗବିଦ୍ୟାଳୟ ସଂଖ୍ୟ। (ଶ୍ରେଣୀ ୧ମ ରୁ ୧୦ ମ)ନାମଲେଖା (ଶ୍ରେଣୀ ୧ମ ରୁ ୧୦ ମ)
ସରକାରୀ୬୪୦୫୧୯୫୧
ଅନୁଦାନ ପ୍ରାପ୍ତ୫୯୬୬୯୪
ଘରୋଇ୧୦୧୩୦୯୨୯
ମୋଟ୮୦୦୮୯୫୭୪
ପ୍ରାଥମିକ  (ବିଭାଗ)
ବର୍ଗବିଦ୍ୟାଳୟ ସଂଖ୍ୟ। (ଶ୍ରେଣୀ ୧ମ ରୁ ୦୮ ମ)ନାମଲେଖା (ଶ୍ରେଣୀ ୧ମ ରୁ ୦୮ ମ)
ସରକାରୀ୫୭୩୩୫୫୦୮
ଅନୁଦାନ ପ୍ରାପ୍ତ୨୧୧୩୪୫
ଘରୋଇ୬୫୧୦୦୮୧
ମୋଟ୬୫୯୪୬୯୩୪
ମାଧ୍ୟମିକ (ବିଭାଗ)
ବର୍ଗବିଦ୍ୟାଳୟ ସଂଖ୍ୟ। (ଶ୍ରେଣୀ ୯ମ ରୁ ୧୦ ମ)ନାମଲେଖା (ଶ୍ରେଣୀ ୯ମ ରୁ ୧୦ ମ)
ସରକାରୀ୬୭୧୬୪୪୩
ଅନୁଦାନ ପ୍ରାପ୍ତ୩୮୫୩୪୯
ଘରୋଇ୩୬୨୦୮୪୮
ମୋଟ୧୪୧୪୨୬୪୦